26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶକ୍ୟାମେରା ସମ୍ମୁଖରେ ବନ୍ଧୁକ ହଲାଇ ନାଚିଲେ ଆପ୍ ପ୍ରାର୍ଥୀ! ଭିଡିଓ ଭାଇରାଲ ପରେ ଦିଲ୍ଲୀ ପୋଲିସ...

କ୍ୟାମେରା ସମ୍ମୁଖରେ ବନ୍ଧୁକ ହଲାଇ ନାଚିଲେ ଆପ୍ ପ୍ରାର୍ଥୀ! ଭିଡିଓ ଭାଇରାଲ ପରେ ଦିଲ୍ଲୀ ପୋଲିସ କଲା ମାମଲା ରୁଜୁ

ନୂଆଦିଲ୍ଲୀ : ଦିଲ୍ଲୀ ନଗର ନିଗମ ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ସ୍ୱରୂପ ନଗର ପ୍ରାର୍ଥୀ ଯୋଗିନ୍ଦ୍ର ସିଂ ଓରଫ୍ ବଣ୍ଟିଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି। ତାଙ୍କ ନାମରେ ଆର୍ମସ୍ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଛି। ବାସ୍ତବରେ, ଯୋଗିନ୍ଦ୍ର ସିଂଙ୍କର ଏକ ଭିଡିଓ ନଭେମ୍ବର ୨୯ରେ ଭାଇରାଲ ହୋଇଥିଲା, ଯେଉଁଥିରେ ଆପ୍ ପ୍ରାର୍ଥୀ ନିଶାରେ ଚୁର୍ ହୋଇ ଡ୍ୟାନ୍ସ କରୁଥିଲେ ଏବଂ ନିଜ ପ୍ୟାଣ୍ଟ ପକେଟରୁ ବନ୍ଧୁକ ବାହାର କରି କ୍ୟାମେରା ସାମ୍ନାରେ ହଲାଉଥିଲେ।
ଭିଡିଓ ଲୋକଲୋଚନକୁ ଆସିବା ପରେ ସ୍ୱରୂପ ନଗର ଥାନାରେ ବଣ୍ଟିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ଏହି ଭିଡିଓ ଭାଇରାଲ ହେବା ପରେ ଆମ୍ ଆଦମୀ ପାର୍ଟି ତରଫରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।
ଯୋଗିନ୍ଦ୍ର ସିଂ ଆମ୍ ଆଦମୀ ପାର୍ଟି ଟିକେଟରେ ସ୍ୱରୂପ ନଗରର ୱାର୍ଡ ନମ୍ବର ୧୯ରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପୋଲିସ ବର୍ତ୍ତମାନ ତଦନ୍ତ କରିବ କି, ଭିଡିଓଟି କେବେକାର।
ସେପଟେ ଏହି ମାମଲାରେ ଦିଲ୍ଲୀ ପୋଲିସ ଏକ ଟ୍ଵିଟ୍ କରିଛି, ଯେଉଁଥିରେ ଲେଖା ହୋଇଛି, ‘ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଯେଉଁ ବ୍ୟକ୍ତି ନାଚୁଛନ୍ତି ଏବଂ ବନ୍ଧୁକ ହଲାଉଛନ୍ତି, ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଇଛି। ଅଭିଯୁକ୍ତ ନିର୍ବାଚନରେ ଏକ ରାଜନୈତିକ ଦଳର ପ୍ରାର୍ଥୀ। ଉପଯୁକ୍ତ ଧାରା ଅନୁସାରେ ତାଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି’।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking