38.1 C
Bhubaneswar
Friday, April 26, 2024
Homeଓଡିଶାମହାଳୟା ଅମାବାସ୍ୟାର ବିଭିନ୍ନ ନାମ ବିଷୟରେ ଜାଣନ୍ତୁ...

ମହାଳୟା ଅମାବାସ୍ୟାର ବିଭିନ୍ନ ନାମ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର : ମହାଳୟା ଅମାବାସ୍ୟା ଭାରତର ଏକ ଧର୍ମଭିତ୍ତିକ ପର୍ବ । ଏହା ହିନ୍ଦୁମାନଙ୍କଦ୍ୱାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକ ଶ୍ରାଦ୍ଧ କର୍ମ । ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ ”’ମହାଳୟା ଶ୍ରାଦ୍ଧ”’, ”’ସାମ୍ବତ୍ସରିକ ଶ୍ରାଦ୍ଧ”’ ବା ”’ପାର୍ବଣ ଶ୍ରାଦ୍ଧ”’ ବା ”’ମଉଳା ଶ୍ରାଦ୍ଧ”’ କୁହାଯାଏ । ଏହି ପକ୍ଷର ଅମାବାସ୍ୟା “ମହାଳୟା ଅମାବାସ୍ୟା” ନାମରେ ପାଳିତ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର‌୍ୟ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ ।ଏହି ମହାଳୟାକୁ ପିତୃପକ୍ଷ ଅମାବାସ୍ୟା, ମହାଳୟା ଅମାବାସ୍ୟା, ମହାଳୟା ଶ୍ରାଦ୍ଧ, ଫୁଲେରୀ ଅମାବାସ୍ୟା, ଏବେ ଗ୍ରାମାଂଚଳମାନଙ୍କରେ ଏହାକୁ ପୋଲରୀ ଅମାବାସ୍ୟା ବୋଲି କୁହାଯାଏ । ଏହି ଦିନ ବଜ୍ରମହାକାଳୀ ବ୍ରତ ପାଳନ କରାଯାଏ । ସର୍ବୋପରୀ ମହାଳୟା ଅମାବାସ୍ୟା । ପିତୃପକ୍ଷର ପରିସମାପ୍ତି । ସେଥିପାଇଁ ଏହାକୁ ପିତୃପକ୍ଷ ଅମାବାସ୍ୟା କୁହାଯାଏ । ବାଦ୍ରବ ପୂର୍ଣ୍ଣମୀ ସରିଗଲା ପରେ ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ଆଶ୍ୱିନ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ରୂପରେ ଗଣନା କରାଯାଏ । ଏହି ପକ୍ଷରେ ଶ୍ରାଦ୍ଧାଦି କର୍ମ ସମସ୍ତ ଓଡିଆମାନେ ନିଜ ଘରେ ଘରେ ଏବଂ ମନ୍ଦିରମାନଙ୍କରେ, ବିଶେଷ କରି ଶ୍ରୀମନ୍ଦିରର ବାଇଶି ପାହାଚରେ ଏହାକୁ ପାଳନ କରିଥାନ୍ତି । ପିତୃପିତାମହଙ୍କ ଉଦ୍ଦେଶ୍ୟରେ ଏହି କାର୍ଯ୍ୟ କରାଯାଏ । ଶ୍ରଦ୍ଧାରୁ ହୋଇଛି ଶ୍ରାଦ୍ଧ । ଯେତେବେଳେ ମର୍ତ୍ତ୍ୟଲୋକରେ ୧ ବର୍ଷ ହୁଏ, ସେତେବେଳେ ପିତୃ ଲୋକମାନଙ୍କର ଗୋଟିଏ ଦିନ ହୋଇଥାଏ । ସେଥିପାଇଁ ଯେଉଁ ତିଥରେ ଆମ ପିତୃଲୋକ ଦେହତ୍ୟାଗ କରିଥାନ୍ତି, ଆମେ ସେହି ତିଥିରେ ସେମାନଙ୍କ ପାଇଁ ଶ୍ରାଦ୍ଧାଦି କର୍ମ କରିବା ଉଚିତ । ସେଥିପାଇଁ ଆମେ ଯଦି ସେମାନଙ୍କୁ ଏହିଦିନ ଭୋଜନ ଅର୍ପଣ ନ କରିଥାଉ, ସେମାନେ ଉପବାସ ରହିଥାନ୍ତି । ସେହି କାରଣରୁ ବର୍ଷକୁ ଗୋଟିଏ ଦିନ ଆମେ ଶ୍ରାଦ୍ଧ ଦେଇଥାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking