30.1 C
Bhubaneswar
Friday, April 26, 2024
Homeଓଡିଶାହୁସିଆର ଟିକା ସାର୍ଟିଫିକେଟ୍ ସେୟାର କରନ୍ତୁନ

ହୁସିଆର ଟିକା ସାର୍ଟିଫିକେଟ୍ ସେୟାର କରନ୍ତୁନ

ଭୁବନେଶ୍ୱର : କରୋନା ଟିକା ସାର୍ଟିଫିକେଟ୍‌କୁ ସୋସିଆଲ ମିଡ଼ିଆରେ ସେୟାର କରନ୍ତୁ ନାହିଁ । ଏହାଦ୍ୱାରା ସାଇବର ଠକ ଆପଣଙ୍କ ସାର୍ଟିଫିକେଟ୍‌ର ଅପବ୍ୟବହାର କରିବେ । ବ୍ୟକ୍ତିଗତ ତଥ୍ୟ ଆଧାରରେ ସେମାନେ ଆପଣଙ୍କୁ ଅସୁବିଧାରେ ପକାଇପାରିବେ ବୋଲି ସାଇବର ବିଶେଷଜ୍ଞ ମତ ଦେଇଛନ୍ତି । ଅନ୍ୟପକ୍ଷରେ ଏନେଇ କଟକ କମିଶନରେଟ୍ ପୁଲିସ ପକ୍ଷରୁ ଏକ ପୋଷ୍ଟର ପ୍ରସ୍ତୁତ କରାଯାଇ ସୋସିଆଲ ମିଡ଼ିଆରେ ଲୋକଙ୍କୁ ସଚେତନତା କରାଯାଉଛି । ଏହାସହ କିଛିଦିନ ପୂର୍ବରୁ ଗୃହବିଭାଗ ଅଧୀନରେ ଥିବା ସାଇବର ଦୋସ୍ତ୍ ମଧ୍ୟ ଟ୍ୱିଟ୍ କରି ସଚେତନ କରିଥିଲା । ସୂଚନା ଅନୁଯାୟୀ, କରୋନା ଟିକା ନେବା ପରେ ଅଧିକାଂଶ ଯୁବପୀଢ଼ି ଓ ବ୍ୟକ୍ତିବିଶେଷ ଟିକାକରଣ ସାର୍ଟିଫିକେଟ୍‌କୁ ଉତ୍ସାହିତ ହୋଇ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି ।

ସାଧାରଣଲୋକରୁ ଆରମ୍ଭ କରି ନେତା, ଅଭିନେତା ମଧ୍ୟ ଏଥିରୁ କେହି ବାଦ୍ ପଡ଼ିନାହାନ୍ତି । ସମସ୍ତେ ଏହି ସାର୍ଟିଫିକେଟ୍‌କୁ ହ୍ୱାଟ୍ସଆପ୍‌, ଫେସବୁକ୍ ଓ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରୁଛନ୍ତି । ତେଣୁ ଏହାଦ୍ୱାରା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସହଜରେ କେହି ଅପବ୍ୟବହାର କରିପାରିବ ।  ସାର୍ଟିଫିକେଟ୍‌ରେ ସାଧାରଣତଃ ନାଁ, ବୟସ, ହିତାଧିକାରୀଙ୍କ ଆଇଡି, ଲିଙ୍ଗ ଏବଂ ଦ୍ୱିତୀୟ ଡୋଜ୍ କେବେ ନେବେ, ସେ ସମ୍ପର୍କରେ ସୂଚନା ଉଲ୍ଲେଖ ରହୁଛି । ସବୁଠାରୁ ବଡ଼ କଥା ହେଉଛି ଏଥିରେ ଆପଣଙ୍କ ଆଧାରକାର୍ଡର ଶେଷ ୪ଟି ନମ୍ବର ମଧ୍ୟ ଉଲ୍ଲେଖ ରହିଥାଏ । ତେଣୁ ସାର୍ଟିଫିକେଟ୍‌କୁ ସର୍ବସାଧାରଣରେ ସେୟାର କରିବା ଉଚିତ୍ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking