39.1 C
Bhubaneswar
Friday, April 26, 2024
Homeଓଡିଶାଆଜିଠୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ

ଆଜିଠୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ

ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆଜିଠୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ସହ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ । ଟିକାଦାନରେ ନିଜ ନାଁ ପଞ୍ଜିକରଣ କରିବା ପାଇଁ ସମସ୍ତ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ଲଟ ବୁକିଂ। ସଂକ୍ରମଣକୁ ରୋକିବାକୁ ଗତ ଶନିବାର ଠାରୁ ଏହି ସ୍ଲଟ ବୁକିଂ ଆରମ୍ଭ ହୋଇଥିଲା ।

ତେବେ ଆଜିଠୁ ପ୍ରତି ଟିକାଦାନ କେନ୍ଦ୍ରରେ ପ୍ରତିଦିନ ମାତ୍ର ୧୫୦ ଜଣଙ୍କୁ ଟିକାକରଣ କରାଯିବ । ଏଥିରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରେ ମାତ୍ର ୧୦୦ ଜଣଙ୍କୁ ଟିକା ଦିଆଯିବ । ସେହିଭଳି ୪୫ ବର୍ଷରୁ ଅଧିକ ବୟସ୍କକଙ୍କ ମଧ୍ୟରେ ମାତ୍ର ୫୦ ଜଣଙ୍କୁ ଟିକାକରଣ କରାଯିବ। ନାଁ ପଞ୍ଜିକରଣ କରିଥିବା ବ୍ୟକ୍ତି କେଉଁ କେନ୍ଦ୍ରରେ ଟିକା ନେବେ ତାହାର ସବିଶେଷ ତଥ୍ୟ ସକାଳ ୧୦ଟା ମଧ୍ୟରେ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି । ସେହିପରି ଟିକା ନେବାକୁ ଥିବା ବ୍ୟକ୍ତି ନିଜ ସହ ଆଧାରକାର୍ଡ ନେବା ବାଧ୍ୟତାମୂଳକ । ତେବେ ଭୁବନେଶ୍ବରେ ଟିକା କରଣ ପାଇଁ ୨୯ଟି ଟିକାକରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

ସାମ୍ବାଦିକଙ୍କୁ କୋଭିଡ୍‌ ଯୋଦ୍ଧା ଘୋଷଣା ପରେ ଟିକାକରଣ ନେଇ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସକାଳ ୧୧ଟାରୁ ଅପରାହ୍ନ ୨ଟା ମଧ୍ୟରେ ୧୮ରୁ ୪୪ ବର୍ଷ ଏବଂ ଅପରାହ୍ନ ୩ଟାରୁ ୫ଟା ମଧ୍ୟରେ ୪୫ ବର୍ଷର ଊର୍ଦ୍ଧ୍ୱ ସାମ୍ବାଦିକଙ୍କୁ ଟିକା ଦିଆଯିବ । ସାଙ୍ଗରେ ଆଧାର କାର୍ଡ ଏବଂ ଆଇକାର୍ଡ ନେଇ ଯିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking