34.1 C
Bhubaneswar
Friday, March 29, 2024
Homeଓଡିଶାକରୋନାର କରୁଣ ଚିତ୍ର : ଗୋଟିଏ ଦିନରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ

କରୋନାର କରୁଣ ଚିତ୍ର : ଗୋଟିଏ ଦିନରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ

କେନ୍ଦୁଝର : କରୋନାରେ ଆକ୍ରାନ୍ତ ହୋଇ ସ୍ୱାମୀ-ସ୍ତ୍ରୀଙ୍କର ଗୋଟିଏ ଦିନରେ ମୃତ୍ୟୁ ହେବା ଘଟଣା କେନ୍ଦୁଝର ଜିଲ୍ଲାରେ ଶୋକର ଛାୟୋ ଖେଳିଯାଇଛି । କୋଭିଡ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ଗୋଟିଏ ଦମ୍ପତି ଅଳ୍ପ କିଛି ସମୟର ବ୍ୟବଧାନରେ ପ୍ରାଣ ହରାଇଛନ୍ତି । ଏହି ଘଟଣା ଘଟିଛି କେନ୍ଦୁଝର ସହରର ୯ନଂ ୱାର୍ଡର ବଳଦେବଜୀଉ କଲୋନୀର ଲେନ୍ ନମ୍ବର ୨ରେ ରହୁଥିବା ଗୋଟିଏ ପରିବାରରେ। ଯେଉଁମାନେ କି ଚିକତ୍ସା ପାଇଁ ଭୁବନେଶ୍ୱରର ଦୁଇଟି ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । କୋଭିଡ୍‌ରେ ଆକ୍ରାନ୍ତ ହୋଇ ମନୋରମା ମହାପାତ୍ର ( ୫୮) ଏବଂ ତାଙ୍କ ସ୍ୱାମୀ କେନ୍ଦୁଝର ବିଦ୍ୟୁତ୍ ବିଭାଗରେ କାର୍ଯ୍ୟ କରି ଅବସର ନେଇଥିବା ବସନ୍ତ ମହାପାତ୍ର(୬୭) ଚିକିତ୍ସିତ ହେଉଥିବାବେଳେ ଉଭୟଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳ ୬ଟା ୨୦ରେ ପତ୍ନୀ ମନୋରମା ମହାପାତ୍ରଙ୍କ ମୃତ୍ୟୁ ହୋଇଥିବାେବେଳ ଦିନ ୧୧ଟା ୧୫ମିନିଟ୍‌ରେ ତାଙ୍କ ସ୍ୱାମୀଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ସେମାନଙ୍କ ମରଶରୀରକୁ ସତ୍ୟନଗର ଶ୍ମଶାନରେ ତାଙ୍କର ଏକ ମାତ୍ର ପୁଅ ଏବଂ ପରିବାର ବର୍ଗଙ୍କ ଦ୍ୱାରା ଶେଷକୃତ୍ୟ କରାଯାଇଥିଲା । ଏହି ଘଟଣା କେନ୍ଦୁଝରରେ ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି ।

କରୋନାରେ ସ୍ୱାମୀଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କଲେ ସ୍ତ୍ରୀ

ବ୍ରହ୍ୱପୁର : ବ୍ରହ୍ମପୁରରେ କରୋନାର ଆଉ ଏକ କରୁଣ କାହାଣୀ ସାମ୍ନାକୁ ଆସିଛି । ଦୁଇ ଦିନ ତଳେ କରୋନାରେ ପ୍ରାଣ ହରାଇଥିବା ଘରୋଇ ଶିକ୍ଷା ଅନୁଷ୍ଠାନର ଜଣେ ଶିକ୍ଷକଙ୍କ ପତ୍ନୀ ଦୁଃଖ ସହି ନପାରି ରବିବାର ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ସୌନ୍ଦର୍ଯ୍ୟ ବିହାରରେ ମୃତ ଶିକ୍ଷକ ହେଲେ ହାଡ଼ିବନ୍ଧୁ ନାହାକ(୫୨) ଓ ତାଙ୍କ ପତ୍ନୀ କବିତା ନାହାକ (୪୫) । ହାଡ଼ିବନ୍ଧୁ ବ୍ରହ୍ମପୁର ସ୍ଥିତ ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିରରେ ଇଂଗ୍ରାଜୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଗତ ୫ଦିନ ତଳେ କରୋନାରେ ପୀଡ଼ିତ ହୋଇଥିଲେ । ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ କୋଭିଡ୍ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସିତ ଅବସ୍ଥାରେ ଗତ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିଲା । ବର୍ଷକ ତଳେ ଏହି ପରିବାରର ପୁଅ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ପୂର୍ବରୁ ପୁଅର ମୃତ୍ୟୁକୁ ନେଇ ଚିନ୍ତାରେ ରହିଥିବା କବିତା ସ୍ୱାମୀଙ୍କ ମୃତ୍ୟୁ ପରେ ଶନିବାର ରାତି ୨ଟା ବେଳେ ନିଜ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବରପାଇ ସଦର ଥାନା ପୋଲିସ କବିତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking