38.1 C
Bhubaneswar
Friday, April 26, 2024
Homeଅପରାଧମନ ପସନ୍ଦର ଡିଜେ ନ ବଜାଇବାରୁ ବରଯାତ୍ରୀଙ୍କୁ ଆକ୍ରମଣ; ଜଣେ ମୃତ

ମନ ପସନ୍ଦର ଡିଜେ ନ ବଜାଇବାରୁ ବରଯାତ୍ରୀଙ୍କୁ ଆକ୍ରମଣ; ଜଣେ ମୃତ

ନୂଆଦିଲ୍ଲୀ: ପିରାମ କଲିୟର ଅକୋଢା ଖୁର୍ଦ ଗାଁ କୁ ଆସିଥିବା ବରଯାତ୍ରୀ  ଡିଜେ ଉପରକୁ ଗୀତ ବଜାଇବାକୁ ନେଇ ଗ୍ରାମବାସୀ ବରଯାତ୍ରୀଙ୍କ ଉପରକୁ ଆକ୍ରମଣ କରିଥିବା ଜଣାପଡିଛି । ଏହା ମଧ୍ୟରେ ବରଯାତ୍ରୀରେ ଆସିଥିବା ୨୮ ବର୍ଷୀୟ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଯେତେବେଳେ କି ବରର ଭାଇ ସମେତ ଅନ୍ୟ କିଛି ଜଣ ଆହତ ହୋଇଛନ୍ତି ।
ସୂଚନା ପାଇ ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହିତ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପୁଲିସ ଅନୁସାରେ, ଲକ୍ସର କୋତବାଲୀ ଅଂଚଳ ଅକୋଢା ଖୁର୍ଦ ଗାଁ ରେ ବୁଧବାର ଜମେ ଯୁବତୀଙ୍କ ବରଯାତ୍ରୀ କଲିଅର ଥାନା ଅନ୍ତର୍ଗତ ମୋହମ୍ମଦପୁର ଟାଣ୍ଡା ଗାଁ ରୁ ଆସିଥିଲେ ।
ବରଯାତ୍ରୀ ନିଜ ଭିନ୍ନ ଡିଜେ ନେଇ ଆସିଥିଲା । ଅଭିଯୋଗ ରହିଛି ଯେ, ଗାଁ ର କିଛି ଯୁବକ ବରଯାତ୍ରୀଙ୍କ ଡିଜେ ରେ ନାଚିବା ଓ ଡିଜେ ସଂଚାଳକଙ୍କୁ ନିଜ ମନ ପସନ୍ଦର ଗୀତ ବଜାଇବାକୁ କହିଥିଲେ । ହେଲେ ବରଯାତ୍ରୀ ଏହାକୁ ମନା କରିଥିଲେ । ପରେ ଏହାକୁ ନେଇ ଦୁଇ ପକ୍ଷଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ବିବାଦ ବଢିଥିଲା । ପରେ ଗାଁ ର କିଛି ଯୁବକ ଲାଠି ଦଣ୍ଡା ଧରି ବରଯାତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking