ଭୁବନେଶ୍ୱର : ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେବ ରଥଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ରଥଯାତ୍ରା ସମୀକ୍ଷା ବୈଠକ କରିଛନ୍ତି । ପୁରୀ ଜିଲ୍ଲାପାଳଙ୍କ ଅଫିସରରେ ଥିବା ଭିଡିଓ କନଫରେନ୍ସିଂ ଅଫିସରେ ଏହି ଭର୍ଚୁଆଲ ବୈଠକ ହୋଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ ବିଶାଳ ସିଂ, କେନ୍ଦ୍ରାଞ୍ଚଳ ଆଇ ଜି ନରସିଂହ ଭୋଳ, କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଏହି ବୈଠକରେ ଉପସ୍ଥିତ ଅଛନ୍ତି । ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ହେବ ସେ ନେଇ ଆଲୋଚନା ହୋଇଛି ।
୨୦୧୯ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା, ସ୍ୱାସ୍ଥ୍ୟ, ଗାମନାଗମନ, ଟ୍ରାଫିକ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। ସେହିପରି ରେଲୱେ ପକ୍ଷରୁ ମଧ୍ୟ ଯାତ୍ରୀ ପରିବହନକୁ ଗୁରୁତ୍ୱ ଦିଆଯାଇଛି। ରଥଯାତ୍ରା ବେଳେ ୧୯୪ଟି ସ୍ୱତନ୍ତ୍ର ଟ୍ରେନ ପୁରୀକୁ ଚାଲିବ ବୋଲି ଜଣା ପଡ଼ିଛି। ସେପଟେ ଆଇନ ଶୃଙ୍ଖଳା ସହ ସୁରକ୍ଷା ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକରେ ସମସ୍ଥ ବ୍ୟବସ୍ଥାବଳୀ ପଚାରି ବୁଝିବା ପରେ ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ କରିବାପାଇଁ ସହଯୋଗ ଲୋଡ଼ିଥିଲେ।