36.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଉତ୍ତରପ୍ରଦେଶରେ ୭୫ ହଜାର ଲୋକଙ୍କୁ ଆବାସ ଘର ପ୍ରଦାନ

ଉତ୍ତରପ୍ରଦେଶରେ ୭୫ ହଜାର ଲୋକଙ୍କୁ ଆବାସ ଘର ପ୍ରଦାନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ୭୫ ହଜାର ଲୋକଙ୍କୁ ଆବାସ ଘର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲକ୍ଷ୍ନୌରେ ନ୍ୟୁ ଅର୍ବାନ ଇଣ୍ଡିଆନ୍ ଥିମ ଉପରେ ଆୟୋଜିତ ତିନିଦିନିଆ କନକ୍ଲେଭରେ ୭୫ ହଜାର ଲୋକଙ୍କୁ ଆବାସ ଘର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ହରିଦୀପ ସିଂହ ପୁରୀ ମଧ୍ୟ ସାମିଲ ଥିଲେ ।

ପ୍ରଧାନମନ୍ତ୍ରୀ ସ୍ମାର୍ଟ ସିଟି ମିଶନରେ ଅଲିଗଡ, ଝାନ୍ସୀ, ବରେଲି,କାନପୁର,ଆଗ୍ରା, ଲକ୍ଷ୍ନୌ, ପ୍ରୟାଗରାଜ, ସହାରନପୁର, ମୁରଦାବାଦ ଓ ଅଯୋଧ୍ୟାରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର, ଇଣ୍ଟେଲିଜେଣ୍ଟ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମର ଶୁଭାରମ୍ଭ କରିଥିଲେ । ୭୫ ସ୍ମାର୍ଟ ଇଲେକ୍ଟ୍ରିକ୍ ବସକୁ ମଧ୍ୟ ମୋଦୀ ସବୁଜ ପତାକା ଦେଖାଇ ଆରମ୍ଭ କରିଥିଲେ । ଏହା ସହ ଅମୃତ ମିଶନରେ ପ୍ରଧାନମନ୍ତ୍ରୀ ରାଜ୍ୟର ବିଭିନ୍ନ ସହରରେ ଜଳ ନିଗମ ଦ୍ୱାରା ନିର୍ମିତ ୪୩୭୩ କୋଟି ଟଙ୍କାର ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking