ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲା ଉତ୍ତମଙ୍କ ପାର୍ଥିବ ଶରୀର । ବିମାନବନ୍ଦରରେ ନେତା ଓ ଅଭିନେତା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାଙ୍କ ବାସଭବନ ଅଭିମୁଖେ ନିଆଯାଇଛି ପାର୍ଥିବ ଶରୀର । ବିମାନବନ୍ଦରରୁ ସିଧାସଳଖ ଘରକୁ ଗଲା ଉତ୍ତମଙ୍କ ମରଶରୀର । ଜଗନ୍ନାଥ ବିହାର ସ୍ଥିତ ଘରେ ଅନ୍ତିମ ଦର୍ଶନ ବ୍ୟବସ୍ଥା ରହିଛି । ସିନେ ଜଗତର ବିଶିଷ୍ଟ ବ୍ୟକ୍ତି କରିବେ ଅନ୍ତିମ ଦର୍ଶନ । ଅପରାହ୍ଣରେ ଉତ୍ତମ ମହାନ୍ତିଙ୍କ ମର ଶରୀରରକୁ ରାଷ୍ଟ୍ରୀୟ ମଯ୍ୟାଦା ସହ ସତ୍ୟନଗରରେ ଶେଷକୃତ୍ୟ କରାଯିବ ।










