35.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗଦେବଗଡ଼ରେ ଅଜଣା ଜନ୍ତୁ ଆତଙ୍କ

ଦେବଗଡ଼ରେ ଅଜଣା ଜନ୍ତୁ ଆତଙ୍କ

ଦେବଗଡ଼ : ନିଆଳିରେ କିଛି ଦିନ ତଳେ ଅଜଣା ଜନ୍ତୁ ଆତଙ୍କରେ ମେଣ୍ଢା ମାନଙ୍କ ମୃତ୍ୟୁ ହୋଇଥିଲା ବେଳେ ଆଜି ଦେବଗଡ ଜିଲ୍ଲରେ ଅଜଣା ଜନ୍ତୁ ଆତଙ୍କ ସ୍ଥାନୀୟ ବାସିନ୍ଦାଙ୍କୁ ଭୟଭୀତ କରିଛି । ଦେବଗଡ଼ ଜିଲ୍ଲା ବାରକୋଡ଼ର ଚିକଡ଼ିହ ଗ୍ରାମରେ ୧୨ ଟି ଛେଳିର ମୃତ୍ୟୁ ହୋଇଯାଇଛି । ଏଥିସହ ୨୫ରୁ ଉର୍ଦ୍ଧ ଛେଳି ନିଖୋଜ ଅଛନ୍ତି । ଶନିବାର ଦିନ ସଂନ୍ଧ୍ୟାରେ ଛେଳିପଲ ଜଙ୍ଗଲରୁ ଫେରୁଥିବା ସମୟରେ ଅଚାନକ ଦୌଡ଼ିବାକୁ ଲାଗିଥିଲେ । ତା’ପର ଦିନ ଜଙ୍ଗଲରେ ୧୨ ଟି ଛେଳି ମରିପଡିଥିଲେ ଓ ଅନ୍ୟ କେତେକ ଛେଳି ଆହତ ଅବସ୍ଥାରେ ଥିଲେ । ଏହାର ଖବର ପାଇ ବାରକୋଡ ବନ ଅଧିକାରୀ ଗ୍ରାମକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଆକ୍ରମଣକାରୀ ଜନ୍ତୁକୁ ଠାବ କରିବା ପାଇଁ ଜଙ୍ଗଲରେ ୨ଟି ସିିସିଟିଭି କ୍ୟାମେରା ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking