28.1 C
Bhubaneswar
Friday, April 26, 2024
Homeଓଡିଶା“ଥିଲେ ଦିଅ, ନଥିଲେ ନିଅ”

“ଥିଲେ ଦିଅ, ନଥିଲେ ନିଅ”

ଭୁବନେଶ୍ୱର : “ଥିଲେ ଦିଅ, ନଥିଲେ ନିଅ”, ଉଡ୍ର ଓଡ଼ିଶାର ଏକ ନିଆର କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ଯୋଉମାନଙ୍କ ପାଖରେ ପୋଷାକର ଅଭାବ ଅଛି ବା ଶୀତ ବସ୍ତ୍ର ନାହିଁ ସେମାନଙ୍କ ପାଖକୁ ପୋଷାକ ଓ ଶୀତ ବସ୍ତ୍ର ପହଞ୍ଚାଇବା । ୩୦ ନଭେମ୍ବର ୨୦୨୦ ଅପରାହ୍ଣ ୪ଟା ସମୟରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆକାଶଦାସ ନାୟକ ଏବଂ ଶୁଭ୍ରଜ୍ୟୋତି ଦାସ ନାୟକଙ୍କ ଦ୍ୱାରା ଏହି ଅଭିଯାନର ଶୁଭାରମ୍ଭ ହୋଇଥିଲା । ଦିଲ୍ଲୀପ ତିର୍କି, ହରି ପ୍ରସାଦ ପଟ୍ଟନାୟକ, ଡ. ସୂର୍ଯ୍ୟପ୍ରକାଶ, ଆଦିତ୍ୟ ଦାଶ, ପ୍ରସନ୍ନ ପାତ୍ର, ବିଟି ଭରଦ୍ୱାଜ, କୁମାରୀ ଶୀତଳ ପାତ୍ର ଏବଂ କୁମାରୀ ଦେବସ୍ମିତା ପଣ୍ଡା ଆଦି ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅଭିଯାନର ସଫଳତା କାମନା କରିବା ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

୧) ସହହୃଦୟ ବ୍ୟକ୍ତିଙ୍କ ଦ୍ୱାରା ଦାନ କରାଯାଇଥିବା କପଡ଼ାକୁ ଶୀତ ଦିନରେ ଅସହାୟଙ୍କୁ ଦାନ କରିବା ପାଇଁ ବିଶିଷ୍ଠ ସମାଜସେବୀ ମାୟଧର ନାୟକଙ୍କ ଦ୍ୱାରା “ଥିଲେ ଦିଅ ନଥିଲେ ନିଅ” ଅଭିଯାନର ପରିକଳ୍ପନା ।
୨) ଆକାଶ ଦାସ ନାୟକଙ୍କ “ ଉଡ୍ର ଓଡିଶା” ଦ୍ୱାରା ଗତ କିଛି ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
୩) ଅଭିଯାନର ଏକ ଅଂଶ ଭାବରେ ଲୋକାମାନେ ନିଜର ବଳକା କିମ୍ବା ନୂତନ ପୋଷାକ ଦାନ କରିବା ପାଇଁ ୧୨ଟି ସହର ଯଥା – ଭୁବନେଶ୍ୱର, ପାରାଦ୍ୱୀପ, କଟକ, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୁମ୍ବାଇ, କୋଲକତା, ପୁଣେ ଓ ହାଇଦ୍ରାବାଦର ପ୍ୟାରିସ ବେକେରୀ ଆଉଟଲେଟ ଆଗରେ ଦାନ ବାକ୍ସ ସ୍ଥାପନ କରାଯିବ।
୪) ବାପୁଜୀନଗର ପ୍ୟାରିସ ବେକେରୀ ଠାରେ ଏହି ଅଭିଯାନ ଶୀତଋତୁ ସାରା ଜାରି ରହିବ ।
୫) ଗତ କିଛି ବର୍ଷ ମଧ୍ୟରେ ଅଭିଯାନ ପାଇଁ ଲୋକଙ୍କ ବହୁତ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ହଜାର ହଜାର ଲୋକ ଓଡ଼ିଶାରେ ଓ ବାହାର ରାଜ୍ୟରେ ପୋଷାକ ଦାନ କରୁଛନ୍ତି ।
୬) ସଂଗୃହିତ ପୋଷାକ ୱାଶେକ୍ସ ହସ୍ପିଟାଲ ସଲ୍ୟୁସନ୍ ଦ୍ୱାରା ଡ୍ରାଏ ୱାସ୍ କରାଯିବ । ଆମ ଅଭିଯାନକୁ ସହାୟତା ପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
୭) ଓଡ଼ିଶାର କୋଣଅନୁକୋଣର ପୂର୍ବ ଚିହ୍ନଟ ହେଇଥିବା ବିଭିନ୍ନ ଅଞ୍ଚଳରେ ଏ ପୋଷାକ ସବୁ ପହଞ୍ଚା ଯିବ ।

“ଥିଲେ ଦିଅ, ନଥିଲେ ନିଅ” ଅଭିଯାନ ମୂଳତଃ ବିଶିଷ୍ଠ ସମାଜସେବୀ ମାୟାଧର ନାୟକଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ଆକାଶଦାସ ନାୟକଙ୍କ ସାମାଜିକ ସଙ୍ଗଠନ ଉଡ୍ର ଓଡ଼ିଶାରେ ଏହି ଅଭିଯାନକୁ ସାମିଲ କରିଥିଲେ । ଆମେ ସମସ୍ତେ ଜାଣନ୍ତି, ଆମ ସମାଜରେ ଅନେକ ଲୋକ ଏକାଧିକ ଶୀତ ପୋଷାକ କିଣି ପାରୁଥିବାବେଳ, ଅନ୍ୟ କିଛି ଲୋକଙ୍କ ପାଖରେ ଗୋଟିଏ ବି ଶୀତ ବସ୍ତ୍ର ନଥାଏ । ଶୀତ ଋତୁ ଆସୁଥିବାରୁ ଅଭାବି ଲୋକଙ୍କୁ ଥଣ୍ଡାରୁ ସୁରକ୍ଷିତ ରଖିବା ପାଇଁ ଶୀତବସ୍ତ୍ର ଯୋଗାଇ ଦେବା ଆମର କର୍ତ୍ତବ୍ୟ । ଏହି କାରଣରୁ ଉଡ୍ର ଓଡ଼ିଶା, ଓଡ଼ିଶା ଭିତରେ ଓ ବାହାରେ ଥିବା ଲୋକମାନଙ୍କୁ ସେମାନଙ୍କର ଅତିରିକ୍ତ ପୋଷାକ ଦାନ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରୁଛି । ଯାହା ଦ୍ୱାରା ପୋଷାକ ଗୁଡ଼ିକ ଅଧିକ ଆବଶ୍ୟକ କରୁଥିବା ଲୋକଙ୍କମଧ୍ୟରେ ବଣ୍ଟନ ହୋଇପାରିବ ।

ଗତ କିଛି ବର୍ଷ ମଧ୍ୟରେ ଏହି ଅଭିଯାନର ଅତୁଳନୀୟ ସଫଳତା ଦେଖିବାକୁ ମିଳିଛି । ଗତ ବର୍ଷ ୧୫,୦୦୦ରୁ ଅଧିକ ପୋଷାକ ଦାନ ଏବଂ ବିତରଣ କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ଲୋକଙ୍କ ଭଲ ପ୍ରତିକ୍ରିୟା ଆଶା କରାଯାଉଛି । ଚଳିତ ବର୍ଷ ଆମେ ସମସ୍ତେ ବହୁ ଅସୁବିଧାର ସମ୍ମୁଖିନ ହୋଇଛେ । ଏହି ଅଭିଯାନରେ ଅଂଶ ଗ୍ରହଣ କରି, ପୁରୁଣା ପୋଷାକକୁ ଏକ ନୂତନ ଜୀବନ ଦେବା ସହ କାହାର ହସର କାରଣ ହେବାକୁ ଉଡ୍ର ସମସ୍ତଙ୍କୁ ଅନୁରୋଧ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking