28.1 C
Bhubaneswar
Thursday, May 2, 2024
Homeଓଡିଶାସୁକିନ୍ଦାରେ ବିଜେଡ଼ିର ମିଶ୍ରଣ ପର୍ବ ଓ ବିଧାୟକଙ୍କୁ କରୋନା ଯୋଦ୍ଧାରେ ସମ୍ବର୍ଦ୍ଧିତ

ସୁକିନ୍ଦାରେ ବିଜେଡ଼ିର ମିଶ୍ରଣ ପର୍ବ ଓ ବିଧାୟକଙ୍କୁ କରୋନା ଯୋଦ୍ଧାରେ ସମ୍ବର୍ଦ୍ଧିତ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ କାର୍ତ୍ତିକ ପୂଣ୍ଣିମା ଅବସରରେ କୋଭିଡ୍ ନିୟମକୁ ପାଳନ କରି ବିଧାୟକ ଇଂ ପ୍ରିତିରଞ୍ଜ ଘଡ଼ାଇଙ୍କୁ କରୋନା ଯୋଦ୍ଧାର ସମ୍ବର୍ଦ୍ଧିତ କରାଯାଇଛି l ଅନ୍ୟପକ୍ଷରେ ବିଜେଡ଼ିର ମିଶ୍ରଣ ପର୍ବ ଓ ବିଭିନ୍ନ ଯୋଜନାର ଶୁଭାରମ୍ଭ ଏବଂ ଉଦଘାଟନ କରି ବିଧାୟକ ଶ୍ରୀ ଘଡେ଼ଇ କହିଲେ ଯେ, ସୁକିନ୍ଦାର ବିକାଶ ପାଇଁ ସେ ଅଙ୍ଗୀକାରବଦ୍ଧ ତାଙ୍କ ସହ ସୁକିନ୍ଦାବାସି ସାହାଯ୍ୟର ହାତ ବଢ଼ାଇଲେ ସୁକିନ୍ଦା ରାଜ୍ୟ ତଥା ଦେଶର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀର ମାନ୍ୟତା ପାଇବ ବୋଲି ଶ୍ରୀ ଘଡ଼ାଇ ଆହ୍ୱାନ ଦେଇଥିଲେ l

ଦାନଗଦି ବ୍ଲକ ଶାଳିଜଙ୍ଗା ପଞ୍ଚାୟତର ୨୩ଜଣ କଂଗ୍ରେସ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆଦର୍ଶ ଓ ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କ ଦୃଢ଼ ନେତୃତ୍ୱରେ ଆସ୍ଥାରଖି, ୨ଜଣ ଓ୍ୱାର୍ଡ ମେମ୍ବର, ଜଣେ ପୂର୍ବତନ ସମିତି ସଭ୍ୟଙ୍କ ସହ ଅନେକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ସେମାନଙ୍କ ଯୋଗଦାନ ଫଳରେ ଦାନଗଦି ବ୍ଲକରେ ବିଜେଡ଼ି ଅଧିକ ମଜଭୁତ ହେବ ବୋଲି ବିଧାୟକ ଘଡ଼ାଇ ଆଶାବ୍ୟକ୍ତ କରିଛନ୍ତି । ସାମ୍ପ୍ରତିକ ଯୁଗରେ କମ୍ପ୍ୟୁଟର ଶିକ୍ଷା ଅତ୍ୟାବଶ୍ୟକ ହୋଇଥିବା ବେଳେ ଏହାର ବିକାଶ ନିମନ୍ତେ ଦାନଗଦି ବ୍ଲକରେ ପ୍ରୟାସ ଆରମ୍ଭ ହୋଇଛି l କିଆଝର ପଞ୍ଚାୟତବାସୀଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ପାଇଁ ଗୋଷ୍ଠୀଶିକ୍ଷା ସାଧନକେନ୍ଦ୍ର ଲୋକାର୍ପିତ ହୋଇଛି l Aspire ପକ୍ଷରୁ ପ୍ରତିଷ୍ଠା ହୋଇଥିବା କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ଉଦଘାଟନ କରିଛନ୍ତି । ସୁକିନ୍ଦା ଶ୍ରୀଜଗନ୍ନାଥ କଳା ସଂସ୍କୃତି ବିକାଶ ପରିଷଦ, ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ବର୍ଦ୍ଧିତ କରିଛନ୍ତି।

କଳା ସଂସ୍କୃତି ବିକାଶ ପରିଷଦର ସମ୍ପାଦକ ଉଦ୍ଧବ ଚରଣ ବେହେରା,ଉପଦେଷ୍ଟା ରାଜ କିଶୋର ଜେନା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିବେକାନନ୍ଦ ବୋଷ, ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ, ଅକ୍ଷୟ ବେହେରା, ମନୋରଞ୍ଜନ ଦାସ, ସଞ୍ଜୟ ବେହୁରା, ପବନାନନ୍ଦ ଦେହୁରୀ, ଅଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking