36.1 C
Bhubaneswar
Thursday, May 2, 2024
Homeଓଡିଶାପାଞ୍ଚମିନିଟ ମଧ୍ୟରେ ଜଣେ ବ୍ୟକ୍ତିକୁ ଦୁଇଟି କରୋନା ଟିକା ପ୍ରଦାନ କଲେ ସ୍ବାସ୍ଥ୍ୟକର୍ମୀ

ପାଞ୍ଚମିନିଟ ମଧ୍ୟରେ ଜଣେ ବ୍ୟକ୍ତିକୁ ଦୁଇଟି କରୋନା ଟିକା ପ୍ରଦାନ କଲେ ସ୍ବାସ୍ଥ୍ୟକର୍ମୀ

ମୟୂରଭଞ୍ଜ- ସାରାବିଶ୍ୱ ମହାମାରୀ କରୋନାକୁନେଇ ଛଟପଟ ହେଉଥିଲା ବେଳେ ଭାରତ ମଧ୍ୟ ସନ୍ତୁଳିତ ହେଉଛି। ସେଥିରୁ ବାଦ ପଡ଼ିନାହିଁ ଓଡ଼ିଶା ରାଜ୍ୟର ଗାଁ ଠୁ ସହର। ଆଉ କରୋନା ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ସାରା ଦେଶର ଜନସାଧାରଣଙ୍କୁ ମାଗଣାରେ ସରକାରୀ ଭାବେ ପ୍ରତିଶେଧକ ଟିକା ପ୍ରଦାନ କରାଯାଉଛି । ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଖୁଣ୍ଟାପୁର ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଗତ ତା ୧୯/୦୬/୨୦୨୧ ରିଖରେ ଟିକା ପ୍ରଦାନ କରାଯାଇଥିଲା । ସେହି ଟୀକାକରଣ କେନ୍ଦ୍ରରେ ବାଛୁରୀପଦା ଗ୍ରାମର ପ୍ରଶ୍ନ ସାହୁ ନିଜ ବଡଭାଇ ସହିତ ଟିକା ନେବାକୁ ଯାଇ ପହଞ୍ଚିଥିଲେ । ଟିକାକେନ୍ଦ୍ରରେ ନାମ ପଞ୍ଜୀକରଣ କରି ଟିକା ମଧ୍ୟ ନେଇଥିଲେ ଦୁଇଭାଇ । ସାନଭାଇ ପ୍ରଶ୍ନ ସାହୁ ଟିକା ନେବାପରେ ସେଠାରେ ଅଧ ଖଣ୍ଟା ବିଶ୍ରାମ ନେବାକୁ କହିଥିଲେ ସ୍ବାସ୍ଥ୍ୟକର୍ମି । କିନ୍ତୁ ବିଶ୍ରାମ କରିବା ଭିତରେ ସଙ୍ଗେ ସଙ୍ଗେ ଟିକା ଦେଇଥିବା ସ୍ବାସ୍ଥ୍ଯ କର୍ମି ପୁଣି ଆଉଗୋଟେ ଟିକା ପ୍ରଶ୍ନକୁ ଦେବାରୁ ‘ ମୁଁ ଟିକାନେଇ ସରିଥିଲି ବୋଲି ପ୍ରଶ୍ନ ସାହୁ କହିଥିଲେ।

 

ମାତ୍ର ପାଞ୍ଚ ମିନିଟ ଭିତରେ ଦୁଇଟି ଟିକା ସ୍ବାସ୍ଥ୍ଯକର୍ମି କେମିତି ଦେଲେ ତାହାକୁନେଇ ଚିନ୍ତାରେ ଅଛନ୍ତି ପ୍ରଶ୍ନବାବୁ। ସେହିପରି ବେଶ ଲମ୍ବା ବ୍ୟବଧାନ ପରେ ଦ୍ୱିତୀୟ ଟୀକା ଦେବାର ସରକାରୀ ଭାବେ ବ୍ୟବସ୍ଥା ରହିଥିବା ବେଳେ ୫ମିନିଟ ବ୍ୟବଧାନରେ ପ୍ରଥମ ଓ ଦ୍ଵିତୀୟ ଡୋଜ ଟୀକା ଦିଆଯାଇ ଥିବାରୁ କଣ ପରିସ୍ଥିତି ସୃଷ୍ଟି କରିବ ତାକୁନେଇ ଚିନ୍ତାରେ ପରିବାର। ଅନ୍ୟପଟେ ଟୀକା ନେବାକୁନେଇ ଯୋଉ ପ୍ରକାର ଗହଳି ଲାଗୁଛି ସେଭଳି ସ୍ଥିତିରେ ଏଭଳି ଭୁଲ ବିଚିତ୍ର ନୁହେଁ ବୋଲି ମଧ୍ୟ ମତପ୍ରକାଶ ପାଉଛି। ତେବେ ପ୍ରଥମ ଟୀକା ପରେ ଦ୍ଵିତୀୟ ଟୀକା ଦେବାକୁ ଆସିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ନେଇଥିବାନେଇ ସୂଚିତ କରିବାର ଆବଶ୍ୟକତା ଥିଲା ବେଳେ ଦ୍ୱିତୀୟ ଡୋଜ ଦେବାକୁ ସୁଯୋଗ ଦେବା ଆଶ୍ଚର୍ଯ୍ୟଜନକ ଘଟଣା ବୋଲି ଆଲୋଚନା ହେଉଛି। ଅନ୍ୟପଟେ ଘଟଣା ସମ୍ପର୍କରେ ବେତନଟୀ ଗୋଷ୍ଟି ସ୍ବାସ୍ଥ୍ଯକେନ୍ଦ୍ରର ଡାକ୍ତର ସିପୁନ ପଣ୍ତାଙ୍କୁ ଯୋଗାଯୋଗ କରିବାରୁ ଘଟଣା ସମ୍ପର୍କରେ ସୁଚନା ପାଇଛନ୍ତି ଏବଂ ଏକ ମେଡିକାଲ ଟିମ ପଠାଇ ତଦନ୍ତ କରି ବା ସହ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେବେ ୫ମିନିଟ ବ୍ୟବଧାନରେ ଏକକାଳୀନ ୨ଟି ଡୋଜ ଦିଆଯାଇଥିବା ପ୍ରଶ୍ନ କୁମାର ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ନଜର ରଖିବାର ଆବଶ୍ୟକତା ରହିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking