30 C
Bhubaneswar
Thursday, July 30, 2026
Homeଓଡିଶାପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ଟେନସା: ସୁନ୍ଦରଗଡ ଜିଲା କୋଇଡା ବ୍ଲକ୍ ଅନ୍ତର୍ଗତ କାଦୋଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ଦ୍ବିପହର ୨ଟା ସମୟରେ ପାଇଖାନା ଟାଙ୍କିରେ ପଡି ଦୁଇ ନିଷ୍ପାପ ଶିଶୁଙ୍କ ଜୀବନ ଚାଲିଯାଇଛି । ଏହାପରେ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ ।ସୂଚନା ଅନୁସାରେ, କାଦୋଡିହା ଗ୍ରାମର ଶମ୍ବୁ ଭୂମିଜୀଙ୍କ ଦୁଇଟି ଝିଅ(୫ବର୍ଷ, ତିନି ବର୍ଷ) ଖେଳୁ ଥିବା ବେଳେ ଅସାବଧାନତା ଯୋଗୁଁ ଖୋଲା ଥିବା ପାଇଖାନା ଟାଙ୍କିରେ ପଡିଯାଇଥିଲେ ।ଏହାପରେ ଅଣନିଶ୍ୱାସ ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କୋଇଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking