30 C
Bhubaneswar
Thursday, July 30, 2026
Homeଓଡିଶାତାଳଗଛରେ ୨୪ ଘଣ୍ଟା…ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍

ତାଳଗଛରେ ୨୪ ଘଣ୍ଟା…ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍

ଭଦ୍ରକ:ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳରେ ବନ୍ୟା ପାଣି ମଝିରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ଜଣେ ଚାଷୀ । ବିଲ ମଝିରେ ତାଳଗଛ ଉପରେ ଫସି ରହିଥିବା ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍ । ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତର ଗୁଣ୍ଡିଚା ସାହିର ତ୍ରିଲୋଚନ ସାହୁ ବିଲ କାମ କରିବାକୁ ଯାଇ ହଠାତ୍ ବନ୍ୟା ପାଣି ଘେରିଯିବାରୁ ପ୍ରାଣ ବଞ୍ଚାଇବା ପାଇଁ ଏକ ତାଳଗଛ ଉପରକୁ ଚଢ଼ି ଯାଇଥିଲେ । ଆଉ ସେହି ତାଳଗଛ ଉପରେ ପ୍ରାୟ ୨୪ ଘଣ୍ଟା ଧରି ଭୋକ ଓ ଭୟ ମଧ୍ୟରେ କାଟିଥିଲେ ସମୟ ।

ପୁଅର ଗୋଟିଏ ଫୋନ୍ କଲ୍ ପରେ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ । ରାତି ତମାମ ଖୋଜାଖୋଜି କରିଥିଲେ ୩ଟି ଓଡ୍ରାଫ ଟିମ୍, ହେଲେ ପତ୍ତା ମିଳିନଥିଲା । ଶେଷରେ ଆଜି ସକାଳୁ ଓଡ୍ରାଫ ଟିମ୍ ସୁରକ୍ଷିତ ଭାବେ ଚାଷୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ।

ସୂଚନା ଅନୁଯାୟୀ, କାମ କରିବାକୁ ଯାଇଥିବା ବେଳେ ବନ୍ୟା ପାଣି ବଢ଼ିଯିବାରୁ ଫସି ଯାଇଥିଲେ ତ୍ରିଲୋଚନ । ଉପାୟ ନପାଇ ସେ ଏକ ତାଳଗଛ ଉପରକୁ ଚଢ଼ି ପ୍ରାଣ ବଞ୍ଚାଇଥିଲେ । ବୁଧବାର ସକାଳ ପ୍ରାୟ ୧୦ଟାରୁ ସେ ତାଳଗଛ ଉପରେ ରହିଥିଲେ । ପରିବାର ଲୋକେ ତାଙ୍କର କୌଣସି ଖୋଜଖବର ନପାଇ ଚିନ୍ତାରେ ପଡ଼ିଥିଲେ । ତ୍ରିଲୋଚନଙ୍କ ପୁଅ ସରୋଜ ସାହୁ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଫୋନ୍ ଯୋଗେ ବାପା ନିଖୋଜ ଥିବା ଓ ବିଲ ମଝିରେ ଫସି ରହିଥିବା ନେଇ ଜଣାଇଥିଲେ । ଖବର ପାଇବା ପରେ ମନ୍ତ୍ରୀ ତୁରନ୍ତ ଉଦ୍ଧାର ପାଇଁ ଟିମ୍ ଗଠନ କରି ଧାମନଗର ଏସଡିପିଓଙ୍କୁ ଦାୟିତ୍ୱ ଦେଇଥିଲେ ।ଗୁରୁବାର ସକାଳ ପ୍ରାୟ ୯ଟା ସମୟରେ ଓଡ୍ରାଫ ଟିମ୍ ଓ ପ୍ରଶାସନର ମିଳିତ ଉଦ୍ୟମରେ ତ୍ରିଲୋଚନ ସାହୁଙ୍କୁ ତାଳଗଛ ଉପରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking