28.6 C
Bhubaneswar
Saturday, July 25, 2026
Homeଦେଶ ବିଦେଶଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା । ଦେଶବ୍ୟାପୀ ଛାତ୍ରଙ୍କ ଆନ୍ଦୋଳନ ପରେ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଜରିଆରେ ସୂଚନା ଦେବା ସହ ଇସ୍ତଫାର କାରଣ ମଧ୍ୟ ଦର୍ଶାଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ନିଜ ଚିଠିରେ ଲେଖିଛନ୍ତି ଯେ, ବିଗତ ଚାରି ଦଶନ୍ଧି ଧରି ସେ ଶିକ୍ଷା ସଂସ୍କାର ପାଇଁ ସମର୍ପିତ ରହିଛନ୍ତି । ୩ ମେ’ ୨୦୨୬ରେ ଅନୁଷ୍ଠିତ NEET ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା ପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମାମଲାର ତଦନ୍ତ ସିବିଆଇକୁ ଦିଆଯିବା ସହ ୨୧ ଜୁନରେ ପୁନଃ ପରୀକ୍ଷା କରାଯାଇଥିଲା । କିନ୍ତୁ କିଛି ଲୋକ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବା ତାଙ୍କୁ ଗଭୀର ଦୁଃଖ ଦେଇଛି।

ସେ ସ୍ପଷ୍ଟ କରିଛନ୍ତି ଯେ, ସେ ଚାହାଁନ୍ତି ନାହିଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଇନଗତ ବିବାଦ କିମ୍ବା ରାଜନୈତିକ ଟଣାଓଟରା ମଧ୍ୟରେ ଫସି ରହୁ । ଏହି ଭାବନା ରଖି ସେ ପଦ ତ୍ୟାଗ କରିଛନ୍ତି। ଶେଷରେ ସେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇବା ସହ ଆଗକୁ ମଧ୍ୟ ଓଡ଼ିଶାର ଜନସାଧାରଣ ଏବଂ ଦେଶର ଯୁବପିଢ଼ିଙ୍କ ସେବା ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି । ନିଟ ପ୍ରଶ୍ନପତ୍ର ଲିକ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଛାତ୍ରଛାତ୍ରୀମାନେ ଦିଲ୍ଲୀର ଜନ୍ତରମନ୍ତରରେ ୩୬ ଦିନ ଧରି ଧାରଣା ଦେଇ ଆନ୍ଦୋଳନ ଜାରି ରଖିଥିଲେ । ତାହାର ପ୍ରଭାବ କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ପଡିଛି । କକରୋଚ ଜନତା ପାର୍ଟି ଯେଉଁ ପ୍ରମୁଖ ଦାବି ଉପସ୍ଥାପନା କରିଥିଲେ, ସେଥିରୁ ପ୍ରମୁଖ ଦାବି ଥିଲା, ଯେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା । ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେବଳ ଦିଲ୍ଲୀ ନୁହେଁ, ଏହି ଆନ୍ଦୋଳନ ଚାରିଆଡେ ବ୍ୟାପିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking