30.1 C
Bhubaneswar
Monday, May 6, 2024
Homeଓଡିଶାଭୁଲ ଇଞ୍ଜେକ୍ସନ ପାଇଁ ଚାଲିଗଲା ଦୁଇ ଜୀବନ

ଭୁଲ ଇଞ୍ଜେକ୍ସନ ପାଇଁ ଚାଲିଗଲା ଦୁଇ ଜୀବନ

ମୟୂରଭଞ୍ଜ : ଭୁଲ ଇଞ୍ଜେକ୍ସନ ପାଇଁ ଗର୍ଭବତୀ ମା ଓ ଶିଶୁ ମୃତ୍ୟୁ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ ଦୁର୍ଗା ନର୍ସିଙ୍ଗ ହୋମ ବିରୋଧରେ। ମା ଓ ଶିଶୁ ମୃତ୍ୟୁ ପରେ ଦୁର୍ଗା ନର୍ସିଙ୍ଗ ହୋମରେ ପରିବାର ଲୋକଙ୍କ ପକ୍ଷରୁ ଉତ୍ତେଜନା। ମୃତକ ହେଲେ ୱାର୍ଡ ନଂ-୨୪ କଳିକାପୁର ସନ୍ଦୀପ ଦାସଙ୍କ ସ୍ତ୍ରୀ ଆରତୀ ମଣି ଦାସ(୩୨)। ଅଭିଯୋଗ ଅନୁସାରେ ଆଜି ସକାଳେ ମହିଳା ଜଣକଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ବାରିପଦା ଦୁର୍ଗା ନର୍ସିଙ୍ଗ ହୋମରେ ଭର୍ତ୍ତି କରିଥିଲେ। କିନ୍ତୁ କୌଣସି ଟେଷ୍ଟ ନ କରି ଦେଇଥିଲେ ଇଂଜେକସନ। ଆଉ ସେହି ଇଂଜେକସନ ପାଇଁ ଚାଲିଗଲା ଗର୍ଭବତୀ ମା ଓ ଗର୍ଭସ୍ଥ ଶିଶୁର ଜୀବନ। ତେବେ ଭୁଲ ଇଞ୍ଜେକ୍ସନ ଦେଇ ପାଞ୍ଚ ମିନିଟ ମଧ୍ୟରେ ମାରିଦେଇଥିବା ଅଭିଯୋଗ କରିଛନ୍ତି ମୃତକର ସ୍ୱାମୀ ଓ ପରିବାର ଲୋକେ।

ଏନେଇ ନର୍ସିଙ୍ଗ ହୋମ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଯାହାକୁନେଇ ଦୁର୍ଗା ନର୍ସିଂ ହୋମ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗର୍ଭବତୀ ମହିଳାଙ୍କ ଚିକିତ୍ସା କରୁଥିବା ଡାକ୍ତର ସେଠାରୁ ଚାଲି ଯାଇଥିଲେ। ସେହିପରି ଏହି ଅପ୍ରତ୍ୟାଶିତ ବିବାଦୀୟ ଘଟଣାକୁନେଇ ନର୍ସିଂ ହୋମରେ ଉପସ୍ଥିତ ଥିବା ଡାକ୍ତର ଏସ ଏସ ଖଣ୍ଡେଲୱାଲଙ୍କ ଯୋଗାଯୋଗ କରିବାରୁ ପ୍ରତିକ୍ରିୟାରେ କହନ୍ତି। ତେବେ ଏଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ନର୍ସିଂ ହୋମରେ ଚିକିତ୍ସା କରିଥିବା ଡାକ୍ତର ନର୍ସିଂ ହୋମର ଡାକ୍ତର ଅଟନ୍ତି ନା ସେ ସରକାରୀ ଡାକ୍ତରଖାନାରେ ଚାକିରୀ କରୁଥିବା ଡାକ୍ତର। ଜଣେ ବ୍ୟକ୍ତି ଉଭୟ କ୍ଷେତ୍ରରେ ସେବା ଦେବା ଏବଂ ସେବା ବିକ୍ରି କରିବାର ଆଇନଗତ ବ୍ୟବସ୍ଥା ରହିଛି କି ? ଯଦି ବ୍ୟତିକ୍ରମ ରହିଛି ତେବେ ଆଗକୁ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି,ତା ଉପରେ ସମସ୍ତଙ୍କ ନଜର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking