30.1 C
Bhubaneswar
Sunday, May 19, 2024
Homeଅପରାଧଟଙ୍କା ଝାମ୍ପି ନେଇଥିବା ୪ ଡକାୟତି ଦଳକୁ ଧରିଲା ଧର୍ମଗଡ ପୋଲିସ

ଟଙ୍କା ଝାମ୍ପି ନେଇଥିବା ୪ ଡକାୟତି ଦଳକୁ ଧରିଲା ଧର୍ମଗଡ ପୋଲିସ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଧର୍ମଗଡ ପୋଲିସକୁ ମିଳିଛି ସଫଳତା l ୪ ଜଣିଆ ଡକାୟତି ଦଳକୁ ଗିରଫ କରିଛି ଧର୍ମଗଡ ପୋଲିସ। ତେବେ ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୩୩ ହଜାର ଟଙ୍କା ଓ ଦୁଇଟି ମଟର ସାଇକେଲ ଜବତ କରିଥିବା ବେବେଳେ ଗିରଫ ହୋଇଥିବା ୪ ଜଣ ଡକାୟତ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଏମ୍.ଗଣେଷ , ରଞ୍ଜିତ ରାଓ, ବି.ଆକାଶ ଓ ଜେ. ଚେନ୍ଧୁ ବୋଲି ଜଣା ପଡିଛି । ସୂଚନା ଅନୁସାରେ, ଏହି ୪ ଜଣ ଡକାୟତ ଧର୍ମଗଡ ସହର ସ୍ଥିତ ଏସ୍.ବି.ଆଇ୍ ବ୍ୟାଙ୍କ୍ ସମ୍ମୁଖରୁ ଉଦ୍ଧବ ସୁନାନୀ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଝାମ୍ପି ନେବା ଘଟଣାରେ ଏହି ଦଳର ସମ୍ପୃକ୍ତି ରହିଥିଲା । ସେହିପରି ଧର୍ମଗଡ଼ ସହରରେ ଅନ୍ୟ ଜଣେ ବୃଦ୍ଧଙ୍କ ଠାରୁ ମଧ୍ଯ ୨୪ ହଜାର ଟଙ୍କା ଝାମ୍ପି ନେବା ଘଟଣାରେ ସେମାନଙ୍କର ସଂପୃକ୍ତ ରହିଥିବା ଜାଣିବାକୁ ପାଇଥିଲା ପୋଲିସ୍‌ । ତେବେ ସି.ସି. ଟିଭି ଫୁଟେଜକୁ ଆଧାର କରି ପୋଲିସ ଏହି ପେଷାଦାର ଡକାୟତଙ୍କୁ ଧରିବାରେ ସକ୍ଷମ ହୋଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking