28.1 C
Bhubaneswar
Friday, April 26, 2024
Homeଅପରାଧଚାକିରି ଦେବାକୁ କହି ଯୁବତୀଙ୍କୁ ଗଣଦୁଷ୍କର୍ମ : ୨ ଅଟକ

ଚାକିରି ଦେବାକୁ କହି ଯୁବତୀଙ୍କୁ ଗଣଦୁଷ୍କର୍ମ : ୨ ଅଟକ

ଝାରସୁଗୁଡ଼ା : ଦେଶ ତଥା ରାଜ୍ୟରେ ନାରୀ ନିର୍ଯ୍ୟାତନାର ପରିମାଣ ଦିନକୁ ଦିନ ବୃଦ୍ଧି ପାଇବା ସହ ଜଘନ୍ୟ ହେବାରେ ଲାଗିଛି ।ମନୁଷ୍ୟର କ୍ରୁର କାମନା ଆଗରେ ସର୍ବଦା ଗୋଟିଏ ନାରୀ ହାର ମାନୁଛି । ହାଇଦ୍ରାବାଦ୍ ଗଣଦୁଷ୍କର୍ମ ଓ ବିଭସ୍ଥ ହତ୍ୟାକାଣ୍ଡ ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ଏହି ଘଟଣାରେ ଦେଶବ୍ୟାପୀ ଲୋକଙ୍କ ରୋଷ ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଝାରସୁଗୁଡ଼ା ଥାନା ପୁରୁନା ଗ୍ରାମ ନିକଟରେ ଏକ ଜଘନ୍ୟ କାଣ୍ଡ ଘଟିଛି । ଯୁବତୀଙ୍କୁ ଚାକିରି କରାଇଦେବା ବାହାନାରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଝାରସୁଗୁଡ଼ା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ୨ଜଣ ଯୁବକଙ୍କୁ ଅଟକ ରଖିଛି। ଅନ୍ୟ ଜଣେ ଯୁବକ ଓ ଯୁବତୀଙ୍କ ଭଉଣୀ ଫେରାର ହୋଇଯାଇଥିବା ଆଇଆଇସି ସାବିତ୍ରୀ ବଳ କହିଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଝାରସୁଗୁଡ଼ା ଥାନା ପୁରୁନା ଗ୍ରାମ ନିକଟରେ ଥିବା ଖଲିଆକାନିରେ ଏକ ଘର ଭିତରେ ଏହି ଯୁବତୀକୁ ୩ ଜଣ ଯୁବକ ଦୁଷ୍କର୍ମ କରୁଥିବା ବେଳେ ‌ଯୁବତୀଙ୍କ ଚିତ୍କାର ଶୁଣି ଆଖପାଖ ଲୋ‌କ‌ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ପିସିଆର୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ଘଟଣାସ୍ଥଳରୁ ଦୀପୁ ଓରଫ ଦୀପକ ସାହୁ ନାମକ ଜଣେ ଯୁବକ ଫେରାର ହୋଇଯାଇଥିଲା। ଦୀପକର ଘର ବ୍ରହ୍ମପୁର ବୋଲି ପୁଲିସ ଅନୁମାନ କରୁଛି। ଘର ଭିତରେ ଯୁବତୀ ସହିତ ଥିବା ଅନ୍ୟ ୨ ଜଣ ଯୁବକ ଲଇକେରା ଅଞ୍ଚଳର ବିକାଶ ପଟେଲ ଓ ଅନିଲ ମାକର ବୋଲି ପୁଲିସ କହିଛି। ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ସେଠାରେ ଥିବା ୨ ଯୁବକଙ୍କୁ ପୁଲିସ ସେଠାରୁ ଧରି ଝାରସୁଗୁଡ଼ା ଥାନାକୁ ନେଇ ଅଟକ ରଖିଛି। ସୋନପୁର ଅଞ୍ଚଳର ଏହି ଯୁବତୀ ବହୁ ଦିନ ହେଲା ଝାରସୁଗୁଡ଼ା ଠାରେ ତାର ବଡ଼ ଭଉଣୀ ପାଖରେ ରହୁଥିଲେ। ବୁଧବାର ତାଙ୍କ ବଡ଼ ଭଉଣୀ ହିଁ ଚାକିରି ଉଦ୍ଦେଶ୍ୟରେ ସଂପୃକ୍ତ ଯୁବକଙ୍କ ସହିତ ଯିବା ପାଇଁ କହିଥିଲେ । ଯୁବକମାନେ ଏହି ଯୁବତୀକୁ ଦୁଷ୍କର୍ମ କରିବା ପରେ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ବଡ଼ ଭଉଣୀ ମଧ୍ୟ ଫେରାର ହୋଇଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking