29.1 C
Bhubaneswar
Saturday, April 20, 2024
Homeଓଡିଶାସେଲ୍‌ଫି ନେବା ହେଲା କାଳ

ସେଲ୍‌ଫି ନେବା ହେଲା କାଳ

ସୁବର୍ଣ୍ଣପୁର : ସେଲ୍‌ଫି ନେବା ହେଲା କାଳ । ୪୦ ଫୁଟ ଉଚ୍ଚରୁ ନଦୀକୁ ପଡ଼ି ଅଳ୍ପକେ ରକ୍ଷା ପାଇଲେ ଯୁବକ। ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି । ଯୁବକଜଣକ ହେଲେ ଜିତୁ ନାୟକ। ତାଙ୍କ ଘର ସୋନପୁର ସହରସ୍ଥିତ ପଟାଭାଡିରେ।
ସୂଚନା ଅନୁଯାୟୀ, ଗୁରୁବାର ଜିତୁ ତାଙ୍କର ଦୁଇ ଜଣ ସାଙ୍ଗଙ୍କ ସହ ମହାନଦୀ ବ୍ରିଜ୍ ଆଡେ ବୁଲିବାକୁ ଯାଇଥିଲେ। ସେଠାରେ ଜିତୁ ବ୍ରିଜର ବାଡ଼ ଉପରକୁ ଚଢ଼ି ସେଲଫି ଉଠାଉଥିଲେ। କିନ୍ତୁ ନିୟନ୍ତ୍ରଣ ହରାଇ ନଦୀରେ ପଡ଼ି ଯାଇଥିଲେ। ଖବର ପାଇ ସୋନପୁର ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରି ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରାୟ ୪୦ ଫୁଟ୍ ତଳକୁ କଚାଡ଼ି ହୋଇ ପଡ଼ିଥିବାରୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking