29.1 C
Bhubaneswar
Tuesday, May 7, 2024
Homeବଲିଉଡସୁଟିଙ୍ଗ ସେଟରେ ଆତ୍ମହତ୍ୟା କଲେ ଅଭିନେତ୍ରୀ ତୁନିଶା ଶର୍ମା

ସୁଟିଙ୍ଗ ସେଟରେ ଆତ୍ମହତ୍ୟା କଲେ ଅଭିନେତ୍ରୀ ତୁନିଶା ଶର୍ମା

ମୁମ୍ବାଇ: ଟିଭି ସିରିଏଲ ଓ ଫିଲ୍ମ ଜଗତର ପପୁଲାର ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି। ଟେଲିଭିଜନ ସିରିଏଲ ଅଲିବାବା ଦାସ୍ତାନ-ଏ-କାବୁଲ ସୁଟିଂ ସେଟ୍ ର ମେକଅପ ରୁମରେ ସେ ଆତ୍ମହତ୍ୟା କରିଥିବା ବେଳେ ମୁମ୍ବାଇ ପୋଲିସ ଆଲିବାବା ସେଟରେ ୟୁନିଟ୍ ମେମ୍ବରଙ୍କୁ ପଚରା ଉଚରା କରୁଛି। ସେ ତାଙ୍କ ସହ ଅଭିନେତ୍ରୀ ଶିଜାନଙ୍କ ମେକଅପ ରୁମରେ ଆତ୍ମ ହତ୍ୟା କରିଛନ୍ତି।

ଶିଜାନ ତାଙ୍କ ସଟ୍ ପରେ ମେକଅପ ରୁମକୁ ଫେରିଥିଲେ। ତେବେ କବାଟ ଭିତରୁ ବନ୍ଦ ଥିବାରୁ ସେ ବାରମ୍ବାର କବାଟ ବାଡେଇବା ପରେ ନଫିଟିବାରୁ ଭାଙ୍ଗିଥିଲେ। ସେତେବେଳେ ମେକଅପ ରୁମରେ ତୁନିଶା ଆତ୍ମହତ୍ୟା କରିଥିବା ଜଣାପଡିଥିଲା। ତୁନିଶାଙ୍କ ବୟସ ମାତ୍ର ୨୦ ବର୍ଷ। ତେବେ ଖୁବ୍ ସ୍ୱଳ୍ପ ବୟସରେ ସେ ଅନେକ ଲୋକପ୍ରିୟ ଧାରାବାହିକ ଓ ଫିଲ୍ମରେ କାମ କରି ନିଜ ଲାଗି ପରିଚୟ ସୃଷ୍ଟି କରିପାରିଥିଲେ। ତୁନିଶାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

କୁହାଯାଉଛି ତୁନିଶା ଶର୍ମା ଅଭିନେତା ସିୱିନ ନାରଙ୍ଗଙ୍କ ସହ ମ୍ୟୁଜିକ୍ ଭିଡିଓ ସୁଟ୍ କରୁଥିଲେ। ଏହା ଛଡା ସେ ଅତୀତରେ କ୍ୟାଟ୍ରିନା କୈଫ ଓ ବିଦ୍ୟା ବାଲନଙ୍କ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇଥିଲେ। ତୁନିଶା ଶର୍ମା ଫିତୁର ଓ ବାରବାର ଦେଖୋ ଫିଲ୍ମରେ କ୍ୟାଟ୍ରିନା କୈଫଙ୍କ ସାନ ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ଏହା ଛଡା ସେ ବିଦ୍ୟାବାଲନଙ୍କ ଫିଲ୍ମ କାହାନୀ-୨ରେ ମଧ୍ୟ ଦେଖା ଯାଇଥିଲେ। ସେ କ୍ୟାରିୟରରେ ଆଗକୁ ବଢିବା ସହ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ତାଙ୍କର ଭାଗ୍ୟ ପରୀକ୍ଷା କରୁଥିଲେ। ଟିଭି ଭଳି ଫିଲ୍ମରେ ବି ତାଙ୍କୁ ସଫଳତା ମିଳୁଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking