35.1 C
Bhubaneswar
Sunday, May 19, 2024
Homeଓଡିଶାସାହିତ୍ୟିକ ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସାହିତ୍ୟିକ ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ କବି ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ସମ୍ମାନିତ କରିଛନ୍ତି । ଆଜି ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ଡ. ଗାୟତ୍ରୀବାଳାଙ୍କୁ ପଣ୍ଡାଙ୍କୁ ସମ୍ମାନିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଜଣେ ଜଣାଶୁଣା ଲେଖକ ହୋଇଥିବାବେଳେ ଓଡିଶା ପାଇଁ ଗାୟତ୍ରୀଙ୍କ ସମ୍ମାନ ଗର୍ବ ଓ ଗୌରବ ଆଣିଛି । ଏହା ତାଙ୍କ କ୍ୟାରିଅରରେ ଏକ ମାଇଲଖୁଣ୍ଟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଗାୟତ୍ରୀବାଳାଙ୍କ ସ୍ବାମୀ ତଥା ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ତାଙ୍କ ପୁଅ ମନୀତ ମଙ୍ଗରାଜ ଉପସ୍ଥିତ ଥିଲେ । ଗୁରୁବାର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଗାୟତ୍ରୀବାଳାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ନେଇ ଘୋଷଣା କରାଯାଇଛି । କବିତା ସଂକଳନ ଦୟାନଦୀ ପାଇଁ ଏହି ପୁରସ୍କାର ପାଇବେ ଡ. ଗାୟତ୍ରୀବାଳା ପଣ୍ଡା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking