40.2 C
Bhubaneswar
Monday, April 20, 2026
Homeଦେଶ ବିଦେଶକାନାଡ଼ାବାସୀଙ୍କୁ ଟ୍ରମ୍ପ୍‌ଙ୍କ ବଡ଼ ଅଫର

କାନାଡ଼ାବାସୀଙ୍କୁ ଟ୍ରମ୍ପ୍‌ଙ୍କ ବଡ଼ ଅଫର

ୱାଶିଂଟନ୍‌: କାନାଡ଼ାକୁ ଆମେରିକାରେ ମିଶାଇ ଦେଶର ୫୧ତମ ରାଜ୍ୟ କରିବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି କ୍ରମରେ ସେ କାନାଡ଼ାବାସୀଙ୍କ ପାଇଁ ବଡ଼ ଅଫର ଘୋଷଣା କରିଛନ୍ତି। ଦୁଇଦେଶ ମିଶିଗଲେ କାନାଡ଼ାର ଜନସାଧାରଣଙ୍କୁ ବହୁ ସୁବିଧା ମିଳିବ ବୋଲି ଟ୍ରମ୍ପ୍ କହିଛନ୍ତି। କାନାଡ଼ାରେ ନାଗରିକଙ୍କଠାରୁ ବହୁ ପରିମାଣର ଟିକସ ସଂଗ୍ରହ କରାଯାଉଥିବାରୁ ସେଥିରେ ବଡ଼ ରିହାତି ଦିଆଯିବ। ଏହା ସହିତ ସାମରିକ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କାନାଡ଼ାବାସୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ଉତ୍ତର କାରୋଲିନାର ଆଶେଭିଲ୍ଲେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ବାତ୍ୟା ହେଲେନ ଯୋଗୁ ହୋଇଥିବା କ୍ଷୟକ୍ଷତି ଆକଳନ ଲାଗି ଟ୍ରମ୍ପ ଆଶେଭିଲ୍ଲେ ଯାଇଥିବାବେଳେ ଗଣମାଧ୍ୟମ ଆଗରେ କାନାଡ଼ାକୁ ଆମେରିକାରେ ମିଶ୍ରଣ ନେଇ ତାଙ୍କ ଯୋଜନା ବିଷୟରେ ପ୍ରକାଶ କରିଥିଲେ। କାନାଡ଼ାର ମିଶ୍ରଣ ହେଲେ ସେଠାକର ବ୍ୟାବସାୟିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ଏବଂ ସେମାନଙ୍କୁ କୌଣସି ପ୍ରକାର ଟିକସ ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ ବୋଲି ଟ୍ରମ୍ପ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking