36.7 C
Bhubaneswar
Friday, April 17, 2026
Homeଓଡିଶାଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ବିଜୁ ଲିଗାସୀ ମଞ୍ଚରେ ଶକ୍ତି ପ୍ରଦର୍ଶନ କରିବେ କିଛି ପୁରୁଖା ରାଜନେତା । ଏଥିସହ କିଛି ବିଧାୟକ, ସାଂସଦ, ପୂର୍ବତନ ମନ୍ତ୍ରୀ ଏବଂ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ନିଲମ୍ବିତ ହୋଇଥିବା କିଛି ବିଧାୟକ ବି ସାମିଲ ହେବେ । ରାଜଧାନୀରେ ଦେଖିବାକୁ ମିଳିବ ପାୱାର ସୋ ।  ଓୟୁଏଟି ସମ୍ମିଳନୀ କକ୍ଷରେ ଏକାଠି ହେବେ ଶହଶହ ବିଜୁ ପ୍ରେମୀ । ବିଜୟ ମହାପାତ୍ର, ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ପ୍ରସନ୍ନ ପାଟ୍ଟଶାଣୀ, ରବି ପାଣି, ଦିଲ୍ଲୀପ ରାୟ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭଳି ଭେଟେରାନ୍ ନେତା ସାମିଲ୍ ହେବେ । ୪ ଘଣ୍ଟା ଧରି ଚାଲିବ ଚର୍ଚ୍ଚା, ଆଲୋଚନା ।ଅନ୍ୟପଟେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପ୍ରତିବର୍ଷ ପରି ବିଜୁ ଜନତା ଦଳ ତରଫରୁ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ପାଳିତ ହେବ ।  ତିଳ ତର୍ପଣ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଅସହାୟ ବା ରୋଗୀଙ୍କୁ ଫଳ ବଣ୍ଟନ, ରକ୍ତଦାନ ଶିବିର ଇତ୍ୟାଦି ଆୟୋଜନ କରାଯିବାର କାର‌୍ୟ୍ୟକ୍ରମ ରହିଛି । ଏହାଛଡା, ସ୍ୱାଧୀନତା ସଂଗ୍ରାମ ତଥା ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁ ବାବୁଙ୍କ ଭୂମିକା ଶୀର୍ଷକରେ ଏକ ବୌଦ୍ଧିକ ଆଲୋଚନାଚକ୍ର ଆୟୋଜନ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking