37.1 C
Bhubaneswar
Friday, May 15, 2026
Homeଓଡିଶାହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ: ଗ୍ରାମରେ ଉତ୍ତେଜନା

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ: ଗ୍ରାମରେ ଉତ୍ତେଜନା

ଖୋର୍ଦ୍ଧା: ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ବେଗୁନିଆ ବ୍ଲକ୍ ହଜ ପଞ୍ଚାୟତ ନିଧିପୁରୁ ଗ୍ରାମର ସୁଶାନ୍ତ ଗୁରୁବାର ରାତିରେ ଶୌଚ ହେବାକୁ ଯାଇ ସାଇକେଲ୍‌ରେ ଘରକୁ ଫେରୁଥିଲେ। ଫେରିବାବେଳେ ହାତୀ ହାବୁଡ଼ରେ ପଡ଼ି ଆକ୍ରମଣର ଶିକାର ହୋଇଥିଲେ ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ଅବରୋଧ କରି ଧାରଣାରେ ବସିଛନ୍ତି ଗ୍ରାମବାସୀ । ଜଙ୍କିଆ ଥାନା ପୁଲିସ୍ ଓ ବନ ବିଭାଗ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି । ଏହି ରେଞ୍ଜରେ ଦୀର୍ଘ ଦିନ ହେବ ହାତୀ ମଣିଷ ଲଢ଼େଇ ଜାରି ରହିଛି । ଖାଦ୍ୟ ଲାଳସାରେ ହାତୀ ଗାଁ ମୁହାଁ ହେଉଛନ୍ତି । କେତେବେଳେ ହାତୀ, ଆଉ କେତେବେଳେ ମଣିଷ ଜୀବନ ଯାଉଛି। ହାତୀ ଗତିବିଧି ନିରୀକ୍ଷଣ ଏବଂ ସାଧାରଣରେ ସୁରକ୍ଷା ଦିଗରେ ବନ ବିଭାଗର ଅପରାଗତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking