34.5 C
Bhubaneswar
Wednesday, April 15, 2026
Homeଓଡିଶାବସକୁ ଧକ୍କା ଦେଲା ମାଛ ବୋଝେଇ ଟ୍ରକ: ୬ ଆହତ

ବସକୁ ଧକ୍କା ଦେଲା ମାଛ ବୋଝେଇ ଟ୍ରକ: ୬ ଆହତ

ବାଲେଶ୍ବର: ବସକୁ ଧକ୍କା ଦେଲା ମାଛ ବୋଝେଇ ଟ୍ରକ । ଦୁର୍ଘଟଣାରେ ୬ ଆହତ, ବର୍ତ୍ତିଗଲେ ୪୨ ଯାତ୍ରୀ । ବାଲେଶ୍ବର ସିମୁଳିଆ ଥାନା ଜାମୁଝାଡ଼ି ଗଳା ପୋଲ ନିକଟରେ ଘଟିଛି ଦୁର୍ଘଟଣା । ୧୬ନଂ ଜାତୀୟ ରାଜପଥର ଜାମୁଝାଡ଼ି ଗଳା ପୋଲ ଉପରେ ପୁରୀରୁ ଟାଟା ଯାଉଥିବା ଶାନ୍ତିଲତା ନାମକ ଏକ ଘରୋଇ ବସ୍ ଦ୍ରୁତଗତିରେ ଅତିକ୍ରମ କରୁଥିବା ସମୟରେ ଏକ ମାଛ ବୋଝେଇ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଗାଡ଼ି ଚାଳକ ସମେତ ଛଅ ଜଣ ଯାତ୍ରୀ ଆହତ ହୋଇଥିଲେ । ସେଥିମଧ୍ୟରୁ ଚାରି ଜଣ ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking