ପାଟଣା: ବିହାରର ମୁଖ୍ୟମନ୍ତ୍ରୀ ଭାବେ ପାଟନାର ଲୋକଭବନରେ ଶପଥ ନେଲେ ସମ୍ରାଟ ଚୌଧୁରୀ । ଶପଥ ପାଠ କରାଇଲେ ରାଜ୍ୟପାଳ ସୟଦ ଅତା ହସତୈନ । ବିହାରର ୨୪ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ । ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ଜେଡିୟୁ ବିଧାୟକ ବିଜୟ କୁମାର ଚୌଧୁରୀ ଏବଂ ବିଜୟ ପ୍ରସାଦ ଯାଦବ ମଧ୍ୟ ବିହାରର ଉପମୁଖ୍ୟମନ୍ତ୍ରୀ ଭାବେ ଭାବରେ ଶପଥ ଗ୍ରହଣ କରିଛନ୍ତି । ଲୋକଭବନରେ ଶପଥ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ପର୍ଯ୍ୟବେକ୍ଷକ ଭାବରେ ପାଟନା ଆସିଥିଲେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ବିଏଲ ସନ୍ତୋଷ, ଏବଂ ବିନୋଦ ତାୱଡେ, ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ।
ନୀତିଶ କୁମାର ମଙ୍ଗଳବାର ତାଙ୍କର ଶେଷ କ୍ୟାବିନେଟ ବୈଠକ କରିଥିଲେ। ଏହା ପରେ, ସେ ରାଜ୍ୟପାଳଙ୍କୁ ଭେଟି ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ମଙ୍ଗଳବାର ମଧ୍ୟ ବିଜେପି ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସମ୍ରାଟ ଚୌଧୁରୀଙ୍କୁ ନେତା ମନୋନୀତ କରାଯାଇଥିଲା। ଏହା ସ୍ପଷ୍ଟ କରିଥିଲା ଯେ ସମ୍ରାଟ ଚୌଧୁରୀ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।ସମ୍ରାଟ ଚୌଧୁରୀ ବିହାର ବିଧାନସଭା ପରିଷଦରେ ବିରୋଧୀ ଦଳ ନେତା ଭାବରେ କାର୍ଯ୍ୟ କରିଛନ୍ତି। ସେ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ଅଛନ୍ତି ଏବଂ ଗୃହ ବିଭାଗ ମଧ୍ୟ ରଖିଛନ୍ତି। ସେ ବିହାର ବିଜେପିର ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କର ରାଜନୈତିକ କ୍ୟାରିଅର ଆରଜେଡିରୁ ଆରମ୍ଭ ହୋଇଥିଲା।










