ବାଲେଶ୍ଵର: ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଜଣେ ମୃତ, ୧୪ରୁ ଅଧିକ ଆହତ । ବାଲେଶ୍ଵର ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣା । ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ ଭୁବନେଶ୍ୱର ଡୁମଡୁମା ଅଞ୍ଚଳରୁ କିଛି ଲୋକ କୋଲକାତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ । ସେଠାରୁ ଡୁମଡୁମାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏଥିରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସମସ୍ତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ସିମୁଳିଆ ପୁଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।










