34.7 C
Bhubaneswar
Wednesday, April 22, 2026
Homeଓଡିଶାସଡକ ଦୁର୍ଘଟଣାରେ ଦୁଇ ମୃତ

ସଡକ ଦୁର୍ଘଟଣାରେ ଦୁଇ ମୃତ

ଧାମରା:ଚାନ୍ଦବାଲି -ଭଦ୍ରକ ମୁଖ୍ୟରାସ୍ତା କଖାରୁଦିହି ନିକଟରେ ବସ ଓ ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଆରୋହୀ ଦୁଇ ଜଣ ମୃତ  । ଜୟ ମା ତାରିଣୀ ନାମକ ଏକ ବସ ଭଦ୍ରକ ରୁ ଚାନ୍ଦବାଲି ଅଭିମୁଖେ ଆସୁଥିଲା ଏବଂ ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ବାଇକରେ ଦୁଇଜଣ ଯାଉଥିଲେ  । ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତକ ଦୁଇ ଜଣ ହେଲେ ଚାନ୍ଦବାଲି ଥାନା ମହୁଲିଆ ପଂଚାୟତ ବାଲିପାଟଣା ଗାଁର ଅମିତ ବେହେରା ଓ ଗଣେଶ ବେହେରା । ଆମ୍ବୁଲାନ୍ସ ଯୋଗେ ଦୁଇ ଜଣକୁ ଚାନ୍ଦବାଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା  । ଡାକ୍ତର ଦୁଇ ଜଣକୁ ମୃତ ଘୋଷଣା କରିଛନ୍ତି  ।  ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି  । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ  ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking