29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଟୋକିଓରେ ଲାଗିଲା ଏମରଜେନ୍ସି; ମଇଦାନରେ ବିନା ଦର୍ଶକରେ ହେବ ଅଲମ୍ପିକ ଆୟୋଜନ

ଟୋକିଓରେ ଲାଗିଲା ଏମରଜେନ୍ସି; ମଇଦାନରେ ବିନା ଦର୍ଶକରେ ହେବ ଅଲମ୍ପିକ ଆୟୋଜନ

ନୂଆଦିଲ୍ଲୀ: ଜାପାନ ରାଜଧାନୀ ଟୋକିଓରେ ୨୩ ଜୁଲାଇ ରୁ ଅଲମ୍ପିକ ଖେଳର ଆୟୋଜନ ହେବାକୁ ଯାଉଛି । ହେଲେ ଏବେ ଅଲମ୍ପିକ ଖେଳର ଆୟୋଜନ ଏମରଜେନ୍ସି ମଧ୍ୟରେ ହେବ । କରୋନା ଭାଇରସ ବୃଦ୍ଧି କୁ ଦୃଷ୍ଟିରେ ରଖି ଜାପାନ ପିଏମ ୟୋଶିହିଦେ ସୁଗା ଟୋକିୟୋରେ ଏମରଜେନ୍ସି ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାର ଅର୍ଥ ଅଲମ୍ପିକ ଖେଳର ଆୟୋଜନ ମଇଦାନରେ ବିନା ଦର୍ଶକରେ ହେବ ।
ବୁଧବାର ସନ୍ଧ୍ୟାରେ ଜାପାନ ରାଜଧାନୀ ଟୋକିଓରେ ଏମରଜେନ୍ସି ଲାଗିବା ଖବର ସାମ୍ନାକୁ ଆସିଥିଲା । ଜାପାନ ପିଏମ ୟୋଶିହିଦେ ସୁଗା ଘୋଷଣା କରିଛନ୍ତି ଯେ, ଟୋକିଓ ସହରରେ ୧୨ ଜୁଲାଇରୁ ଆରମ୍ଭ କରି ୨୨ ଅଗଷ୍ଟ ଯାଏଁ ଏମରଜେନ୍ସି ଲାଗୁ ରହିବ । ଏହା ପୂର୍ବରୁ ବୁଧବାର ଏକ୍ସପର୍ଟସଙ୍କ ସହିତ ହୋଇଥିବା ବୈଠକରେ ସରକାରୀ ଅଧିକାରୀମାନେ ଆସନ୍ତା ସୋମବାରରୁ ୨୨ ଅଗଷ୍ଟ ଯାଏଁ ଟୋକିଓରେ ଏମରଜେନ୍ସି ଲାଗୁ କରିବା ପାଇଁ ପ୍ରସ୍ତାବ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking