30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ୮ ସପ୍ତାହ ମଧ୍ୟରେ ନିଯୁକ୍ତ ହେବେ ଗ୍ରୀଭାନ୍ସ ଅଫିସର: ଟ୍ୱିଟର

୮ ସପ୍ତାହ ମଧ୍ୟରେ ନିଯୁକ୍ତ ହେବେ ଗ୍ରୀଭାନ୍ସ ଅଫିସର: ଟ୍ୱିଟର

ନୂଆଦିଲ୍ଲୀ: ନୂଆ ନିୟମ ପାଳନ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଟ୍ୱିଟର ଆଜି ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ, ୮ ସପ୍ତାହ ମଧ୍ୟରେ ଅଭିଯୋଗ ଅଧିକାରୀ ନିଯୁକ୍ତ କରିବ । ଟ୍ୱିଟର କୋର୍ଟଙ୍କୁ ଏହା ମଧ୍ୟ କହିଛି ଯେ, ସେ ଆଇଟି ନିୟମ ଅନୁପାଳନ ପାଇଁ ଭାରତରେ ଏକ ସଂପର୍କ କାର୍ଯ୍ୟାଳୟ ସ୍ଥାପିତ କରିବା ପ୍ରକ୍ରିୟାରେ ରହିଛି । ଏହି କାର୍ଯ୍ୟାଳୟ ତାର ସ୍ଥାୟୀ ହେବ ।
ଟ୍ୱିଟରର ଅନ୍ତରୀଣ ଅଭିଯୋଗ ଅଧିକାରୀ ଧର୍ମେନ୍ଦ୍ର ଚତୁର ୨୧ ଜୁନରେ ନିଦ ପଦ ଛାଡିଥିଲେ । ଯାହା ପରେ ଟ୍ୱିଟର କାଲିଫର୍ଣ୍ଣିଂଆସ୍ଥିତ ଜେରେମି କେସଲଙ୍କୁ ଭାରତ ପାଇଁ ନୂଆ ଅଭିଯୋଗ ଅଧିକାରୀ ନିଯୁକ୍ତ କରିଥିଲା । ତେବେ କେସଲଙ୍କ ନିଯୁକ୍ତି ନୂଆ ଆଇଟି ନିୟମର ଅନୁରୂପ ନଥିଲା । କାରଣ ଏହି ନିୟମରେ କୁହାଯାଇଥିଲା ଯେ, ଅଭିଯୋଗ ନିବାରଣ ଅଧିକାରୀ ସହିତ ସମସ୍ତ ନୋଡାଲ ଅଧିକାରୀ ଭାରତରେ ହେବା ଦରକାର । ଟ୍ୱିଟର ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ୨୮ ମେ ରେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ପ୍ରାକ୍ଟିସ କରୁଥିବା ଓକିଲ ଏମିତ ଆଚାର୍ଯ୍ୟ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking