28.1 C
Bhubaneswar
Saturday, April 27, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା ..

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା ..

ମେଷ : ଆଜି ବାଣିଜ୍ୟରୁ ଲାଭବାନ ହେବାର ବାଟ ଖୋଲିଯିବ । ନିର୍ମାଣଧୀନ ଗୃହ, ରାସ୍ତାକାମ ହଠାତ କିଛିଦିନ ସକାଶେ ଅଟକ ରହିଯାଇପାରେ । ପ୍ରତିଦ୍ୱନ୍ଦିତା ଯାତ୍ରାରେ ଅପରାଯିତ ରହିବେ ।
ବୃଷ : ପୂର୍ବ ସମସ୍ୟା କେତେକାଂଶରେ ବଦଳିଯିବା କାରଣରୁ ଏକ ପ୍ରକାର ଆଶ୍ୱସ୍ଥି ଅନୁଭବ କରିବେ । କର୍ମକ୍ଷେତ୍ରରେ ଅଟକି ରହିଥିବା କାମ ଗୁଡ଼ିକ ଆଜି ହିଁ ଶେଷ କରିବାକୁ ଚେଷ୍ଟା କରିବେ । ଦୃଢ଼ ପଦକ୍ଷେପ ନେଇପାରନ୍ତି । ଶିଳ୍ପ ବାଣିଜ୍ୟ ବ୍ୟବସାୟରେ ବିଶେଷ ଉନ୍ନତି କରିବେ ।
ମିଥୁନ : କୌଣସି ଗୃହ ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ । ପରିବାରର ଆବଶ୍ୟକତା ପୁରଣ କରିବା ସକାଶେ ଧାର କରଜ କରିପାରନ୍ତି । ମହିଳାମାନେ ବାନ୍ଧବୀଙ୍କ ସାଧରଣ କଥାରେ ଅଭିମାନ କରିପାରନ୍ତି ।
କର୍କଟ : ଆଜି ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶ କରିବା କାରଣରୁ ମନ ଭାରାକ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସହ ଏକ ସଧାରଣ ଘଟଣାରେ ଉଚ୍ଚବାଚ ବିତର୍କ ଘଟିପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିବେ ।
ସିଂହ : ଆଜି ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମୟ ଦେବେ । ବ୍ୟବସାୟିକ ସ୍ଥିତି ନିର୍ମାଣଧିନ ରହିବ । କଳା ଓ ସାହିତ୍ୟ କ୍ଷେତ୍ରରେ ବିବାଦୀୟ ରହିବେ । ମହିଳାମାନେ ରୋଗ ଓ ଶତ୍ରୁ ଚିନ୍ତାରେ ପ୍ରକଟ ରହିବେ ।
କନ୍ୟା : କାମଗୁଡ଼ିକ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ସୁବିଧାରେ ସମ୍ପନ୍ନ ହେବ ଆପଣଙ୍କ କ୍ଷେତ୍ରରେ ଠିକ ତାହାର ଓଲଟା ହେବ । ଆଶା କରୁଥିବା ଦିଗରୁ ଅର୍ଥ ପାଇବେ । ଏଥିପାଇଁ ଆପଣଙ୍କୁ ସାମାନ୍ୟ କଳା ସ୍ୱୀକାର କରିବାକୁ ପଡ଼ିପାରେ ।
ତୁଳା : ଆଜି ପାରିବାରିକ ସମସ୍ୟାରେ ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ଭୂଲ ବୁଝିପାରନ୍ତି । ବର୍ତମାନର ପରିସ୍ଥିତିକୁ ହାଲକା ଭାବେ ଗ୍ରହଣ କରିବେ । ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିପାରେ । ମହିଳାମାନେ ଆବଶ୍ୟକତାକୁ ପୁରଣ କରିବା ପାଇଁ ପଛାଇବେ ନାହିଁ ।
ବିଛା : ଜନ୍ମ ଚନ୍ଦ୍ର କାରଣରୁ ଦିନସାରା ଚିନ୍ତାରେ ରହିବେ । ଫଳରେ ମାନସିକ ସ୍ଥିତି ଠିକ ରହିବ ନାହିଁ । କେତେକ କ୍ଷେତ୍ରରେ ଅନୁରାଧା ନକ୍ଷତ୍ର ହେତୁ ଭୂଲ କାମରେ ପାଦ ଦେଇ ଅସୁବିଧାରେ ପଡ଼ିପାରନ୍ତି । କାରବାର ବୃଦ୍ଧି ହେତୁ ଆର୍ଥିକ ସଙ୍କଟ ଫେରି ଆସିବ ।
ଧନୁ : ଆଜି ଭଲ କାମ କରି ଫେରି ଆସିବା ସାଙ୍ଗକୁ ସାମୟିକ ଆତ୍ମତୃପ୍ତି ଲାଭ କରିବେ । ଶୁଭେଚ୍ଛୁମାନେ ସତସଙ୍ଗ କିମ୍ବା ଆଧ୍ୟାତ୍ମିକ ଧାରାରେ ଉଦବୃଦ୍ଧି ଦେବେ । ଗୁରୁଜନମାନଙ୍କ ପାଖରୁ ଉତ୍ସାହ ଓ ପ୍ରେରଣା ପାଇ ଖୁସି ହେବେ ।
ମକର : ମନ ଭଲ ନଥିବା କାରଣରୁ ଅତିତ ସ୍ଥିତି ମନପକାଇ ଅଯଥା ସମୟ ଅତିବାହିତ କରିପାରନ୍ତି । ପାରିବାରିକ କଳହ ଦେଖାଦେବ । ଟଙ୍କା ପଇସା ନେଣ ଦେଣରେ ଭୂଲ କରିପାରନ୍ତି । କର୍ମକ୍ଷେତ୍ରରେ ଅସ୍ଥିରତା ଓ ମାନସିକ ଅଶାନ୍ତି ଦେଖାଦେଇପାରେ ।
କୁମ୍ଭ : ଉପରିସ୍ଥଙ୍କ ନିର୍ଦ୍ଦେଶରେ ହଠାତ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବା କାରଣରୁ ମନ ଖୁସି ରହିବ । ମହିଳାମାନେ ପ୍ରତିଯୋଜନାରେ ସଫଳତା ହାସଲ କରିବେ ।
ମୀନ : ଆଜି ଭଲ କାମ କଲେ ମଧ୍ୟ ଆତ୍ମୀୟମାନଙ୍କର ମ୍ରିୟମାଣ ହୋଇପାରିବେ ନାହିଁଁ । ଅସୁସ୍ଥତା ଓ ଅର୍ଥଭାବ ଦେଖାଦେବ । ବିଭିନ୍ନ ପ୍ରକାର ଦୁଃଶ୍ଚିନ୍ତାରେ ମନ ଭଲ ରହିବ ନାହିଁଁ । ଲୋକ ସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହର କରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking