29.1 C
Bhubaneswar
Thursday, April 25, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ: ନୂତନ କାର୍ଯ୍ୟରେ ଯୋଗଦେଇପାରନ୍ତି । ଦ୍ରବ୍ୟାଦି ପ୍ରାପ୍ତି ଘଟିପାରେ । ପଥଭ୍ରଷ୍ଟ ହୋଇପାରନ୍ତି । ପଶୁଲାଭ ଘଟିପାରେ । ବନ୍ଧୁସାହାଯ୍ୟ ମିଳିପାରେ । ଦୂରଯାତ୍ରା ଯୋଗ ଅଛି ।
ବୃଷ: ସମ୍ମାନିତ ହୋଇପାରନ୍ତି । ଦ୍ୱନ୍ଦ୍ୱ ଲାଗି ରହିବ । ଦେହ ଭଲ ରହିବ । ପରିଶ୍ରମୀ ହେବେ । ମହିଳାମାନେ ଗୃହକାର୍ଯ୍ୟରେ ମନଦେବେ । ଭଗବତ ଚିନ୍ତାରେ ମୁଗ୍ଧ ରହିବେ ।
ମିଥୁନ: ବହୁଦିନର ପୁରୁଣା କାମକୁ ଭୁଲି ନୂଆ କାମ ଆରମ୍ଭ କରିବା ଦ୍ୱାରା ଫାଇଦା ହେବ । ପରିଶ୍ରମୀ ଲୋକଙ୍କୁ ନିଜ ପରିଶ୍ରମର ମିଠା ଫଳ ମିଳିବ । ଆର୍ôଥକ ଅବସ୍ଥା ସ୍ୱଚ୍ଛଳ ହେବ ।
କର୍କଟ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଚାକିରି ଓ ବ୍ୟବସାୟରେ ଲାଭ ହେବ । କୌଣସି ସଭାସମିତିରେ ଆପଣଙ୍କୁ ମାନସମ୍ମାନ ମିଳିବ । ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତି ହେବ ।
ସିଂହ: ଆଜି ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ । ବ୍ୟବସାୟରେ ଲାଭବାନ ହେବେ । ଋଣମୁକ୍ତ ହେବେ । ଅର୍ଥ ଲାଭର ସୁଯୋଗ ଆସିବ । ଅବରୋଧ ହୋଇଥିବା କାର୍ଯ୍ୟରେ ଉନ୍ନତି ହେବ ।
କନ୍ୟା: ବ୍ୟବସାୟ ମାନ୍ଦା ରହିବ । କିଛି ବାଧାବିଘ୍ନ ଦୂର ହେବ । ଅନେକ ଦିଗରୁ ଅର୍ଥଲାଭ ହୋଇପାରେ । ମାନସିକ ଶାନ୍ତି ବୃଦ୍ଧି ପାଇବ । ଆର୍ôଥକ କାର୍ଯ୍ୟରେ ମନଦେବେ ।
ତୁଳା : ବ୍ୟବସାୟରେ ସଫଳତା ଲାଭ କରିବେ । କର୍ମକ୍ଷେତ୍ରରେ ଉନ୍ନତି ହୋଇପାରେ । ଅର୍ଥଲାଭ ହେବ । ମାନସମ୍ମାନ ବୃଦ୍ଧି ହେବ । ମହିଳାମାନେ ସନ୍ତାନ ସୁଖରେ ସୁଖୀ ହେବେ ।
ବିଛା: ଶତ୍ରୁମାନଙ୍କ ଦ୍ୱାରା ଆକ୍ରମଣ ହେବେ । ଶାରୀରିକ ବ୍ୟଥା ଭୋଗିବେ । ଅପଦସ୍ଥ ହେବାର ଯୋଗ ଅଛି । ଭାତୃ ବିରୋଧର ସମ୍ମୁଖୀନ ହେବେ । ଆର୍ôଥକ କଷ୍ଟ ଅନୁଭବ କରିବେ ।
ଧନୁ: ନୂତନ ଯୋଗାଯୋଗ ଘଟିପାରେ । ଗୁରୁଜନଙ୍କ ଯୋଗୁ ଚିନ୍ତା ବଢ଼ିବ । ଦୁର୍ଘଟଣାରେ ପଡ଼ିପାରନ୍ତି । ବାଧାବିଘ୍ନ ଉପୁଯିବ । ସାମାନ୍ୟ କାରଣରୁ ଦ୍ୱନ୍ଦ୍ୱ ଉପୁଯିବ । ପାରିବାରିକ ଅସନ୍ତୋଷ ବଢ଼ିବ ।
ମକର : କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ବିଭିନ୍ନ ସମସ୍ୟାର ସମାଧାନ ହେବ । ଅର୍ଥ ଲାଭର ସୁଯୋଗ ଆସିବ । ଶତ୍ରୁମାନେ ପରାଜିତ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି ।
କୁମ୍ଭ: ମାନ ସମ୍ମାନ ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ସମସ୍ୟା ବୃଦ୍ଧି ପାଇଁ ଚିନ୍ତିତ ରହିବ । ଆର୍ôଥକ ସ୍ଥିତି ସୁଦୃଢ଼ ହେବ । ଉଚ୍ଚପଦସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ବୃଦ୍ଧି ହେବ । କୌଣସି ସୁସମ୍ବାଦ ପାଇବେ ।
ମୀନ: ଆଜି ଆପଣଙ୍କୁ ଟିକିଏ ଜଗିରଖି ଚଳିବାକୁ ହେବ । କୌଣସି ସହକର୍ମୀଙ୍କ ସହ ଆପଣଙ୍କର ବିତର୍କ ହୋଇପାରେ । ପୁରୁଣା କଥାକୁ ନେଇ ଆପଣଙ୍କର ଦ୍ୱନ୍ଦ୍ୱ ଉଠିପାରେ । ସତର୍କ ରହିବା ଭଲ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking