କଟକ: ଦେବୀ ପୀଠରେ ଚାଲିଛି ମାଁଙ୍କ ଷୋଡ଼ଷ ଉପଚାର ପୂଜା। କଟକର ଅନ୍ୟତମ ଶକ୍ତିପୀଠ ହେଉଛି ମାଁ ଝାଞ୍ଜିରୀମଙ୍ଗଳା ମନ୍ଦିର। ମୂଳାଷ୍ଟମୀରେ ମାଁ ଙ୍କ ଘଟ ସ୍ଥାପନ କରାଯାଇ ଆରମ୍ଭ ହୋଇଛି ମାଁ ଙ୍କ ଷୋଡ଼ଷ ଉପଚାର ପୂଜା। ଆଜି ଷୋଡ଼ଷ ଉପଚାର ପୂଜା ର ତୃତୀୟ ଦିନ । ଆଜି ମାଁ ଝାଞ୍ଜିରୀମଙ୍ଗଳା ଭକ୍ତ ମାନଙ୍କୁ ଭୁବନେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି। ମାଁଙ୍କ ଏହି ଭୁବନେଶ୍ଵରୀ ବେଶ ଦେଖିବା ଲାଗି ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି ।ମା’ଙ୍କ ଦିବ୍ୟ ବେଶ ଓ ମନୋରମ ଶୃଙ୍ଗାର ଦର୍ଶନ କରିବା ପାଇଁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁମାନେ ଧାଡ଼ିରେ ରହି ମା’ଙ୍କ ଦର୍ଶନ କରିବା ସହ ନିଜ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛନ୍ତି । ଷୋଡ଼ଶ ଉପଚାର ପୂଜାକୁ ନେଇ ମନ୍ଦିର ପରିସରରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇଛି ।










