38.1 C
Bhubaneswar
Friday, April 26, 2024
Homeଓଡିଶାଲୋକାର୍ପିତ ହେଲା ଟିଟିଲାଗଡ଼ ଓଭର ବ୍ରିଜ

ଲୋକାର୍ପିତ ହେଲା ଟିଟିଲାଗଡ଼ ଓଭର ବ୍ରିଜ

 

ବଲାଙ୍ଗିର: ଟିଟିଲାଗଡ ସହରବାସୀ ଙ୍କ ଦୀର୍ଘ ପ୍ରତୀକ୍ଷା ର ଅନ୍ତ ଘଟିଲା ଉଦଘାଟିତ ହେଲା ସହରବାସି ଙ୍କ ସ୍ବପ୍ନ ର ଫ୍ଲାଇ ଓଭର ବ୍ରିଜ। ସହରକୁ ଦୁଇ ଭାଗ କରି ରଖିଥିବା ରେଳ ଧାରଣା ଯୋଗୁଁ ସହରବାସୀ ଅକଥନୀୟ ସମସ୍ୟା ର ସମ୍ମୁଖୀନ ହେଉଥିଲେ ,ଏପରିକି ହାଟପଦା ସ୍ଥିତ ରେଳବାଇ ଫାଟକ କୁ ଟିଟିଲାଗଡ ର ଦୁଃଖ ବୋଲି କୁହାଯାଉଥିଲା।ଏହି ଫାଟକ ଟି ନିୟମିତ ଅନ୍ତରରେ ବନ୍ଦ ହେଉଥିବା ଯୋଗୁଁ ସହରବାସୀ ଅକଥନୀୟ ଟ୍ରାଫିକ ସମସ୍ୟା ର ସମ୍ମୁଖୀନ ହେଉଥିଲେ। ଏହି ଫାଟକ ବନ୍ଦ ସମସ୍ୟା ଯୋଗୁଁ ଜଣେ ନାବାଳିକା ରୋଗୀ ଡାକ୍ତରଖାନା କୁ ପହଞ୍ଚି ନ ପାରି ମୃତ୍ୟୁବରଣ କରିଥିବା ବେଳେ ଜଣେ ପ୍ରସବ ବେଦନାରେ ଡ଼ାକ୍ତରଖାନା କୁ ଆସୁଥିବା ମହିଳା ରେଳ ଫାଟକ ବନ୍ଦ ଯୋଗୁଁ ଅପ୍ରୀତିକର ପରିସ୍ଥିତି ରେ ସନ୍ତାନ ପ୍ରସବ କରିଥିଲେ ଫଳରେ ପ୍ରବଳ ଜନ ଉତ୍ତେଜନା ଦେଖାଦେଇ ରେଳ ରୋକ କରାଯାଇଥିଲା ପରେ ଆଇନଶୃଙ୍ଖଳା ପରିସ୍ଥିତି ଦେଖା ଦେଇ ଥିଲା ।କିଛିଦିନ ପୂର୍ବରୁ ପ୍ରବଳ ଟ୍ରାଫିକ ଯୋଗୁଁ ଏକ ପିକପ ଭ୍ୟାନ ମାଡ଼ିଯିବା ଫଳରେ ଜଣେ ପରିବା ବିକାଳୀ ବୃଦ୍ଧା ଙ୍କ ମୃତ୍ୟୁ ଘଟିବା ସହ କିଛିଲୋକେ ଆହତ ହୋଇଥିଲେ। ଭୌଗଳିକ ଦୃଷ୍ଟି କୋଣ ରୁ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ତଥା ବ୍ୟସ୍ତତମ ରେଳ ଜଙ୍କସନ ଭାବରେ ଟିଟିଲାଗଡ ପରିଚିତ।ଦେଶ ସମସ୍ତ ରାଜ୍ୟ କୁ ଟିଟିଲାଗଡ ରେଳଷ୍ଟସନରୁ ଯୋଗାଯୋଗ ରହିଛି।ବର୍ତ୍ତମାନ ଟିଟିଲାଗଡ ଠାରେ ଦ୍ଵିତୀୟ ତଥା ତୃତୀୟ ରେଲାଲାଇନ ନିର୍ମାଣ କାର୍ଯ୍ୟ ଚାଲୁରହିଛି ଏବଂ କେତେକାଂଶରେ ଏହା ସଂପୂର୍ଣ୍ଣ ମଧ୍ୟ ହୋଇସାରିଛି।ପ୍ରତ୍ୟହ ଏହି ରେଳ ରାସ୍ତା ଦେଇ ଶତାଧିକ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ ଯାତାୟତ କରିଥାଏ।ଅପର ପକ୍ଷରେ ଟିଟିଲାଗଡ ସହର ମଧ୍ୟଦେଇ ୫୯ ନମ୍ବର ଜାତୀୟ ରାଜପଥ ଯାଇଥିବାରୁ ଏହି ଓଭର ବ୍ରିଜ,ସମୟର ଏକ ଆହ୍ବାନ ସଦୃଶ ଉଭା ହୋଇଥିଲା।କିନ୍ତୁ ପ୍ରସ୍ତାବିତ ରେଳ ଓଭର ବ୍ରିଜ କାମ ରାଜ୍ୟ ସରକାର ଓ ରେଳ ବିଭାଗ ମଧ୍ୟରେ ବିବାଦ ନେଇ ଆଗେଇ ପାରି ନ ଥିଲା ଏପରିକି ସେ ସମୟରେ ଏହି ପୋଲ କାମ କୁ ଆରମ୍ଭ କରାଇବା ପାଇଁ ସ୍ଥାନୀୟ ନାଗରିକ କମିଟି ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ରେ ୨୦୦୮ ମସିହାରେ ପୁରୁଣା ମୋଡେଲ ଏଷ୍ଟିମେଟ୍ ରେ ୧୪ କୋଟି ରେ ଏହା ନିର୍ମିତ ହେବାକୁ ଯାଉଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ୧୦୧୪ ମସିହାରେ ନିର୍ବାଚିତ ହେବାପରେ ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁ ନି ସାହୁ ଙ୍କ ଉଦ୍ୟମରେ ରାଜ୍ୟ ସରକାର ୭୨ କୋଟି ଟଙ୍କା ନୂତନ ମୋଡେଲ ଏଷ୍ଟିମେଟ କୁ ମଞ୍ଜୁରି ଦେଇଥିଲେ। ଏହି ବ୍ରିଜ ଓଡ଼ିଶା ରାଜ୍ୟ ସରକାର ଓ ଭାରତୀୟ ରେଳ ବିଭାଗ ତରଫରୁ ମିଳିତ ଭାବରେ ନିର୍ମିତ ହୋଇଛି।ଏହି ରେଳ ଓଭର ବ୍ରିଜ ନିର୍ମାଣ ପାଇଁ ଓଡ଼ିଶା ସରକାଙ୍କ ଦ୍ବାରା 38.43 କୋଟି ଟଙ୍କାର ଅନୁଦାନ ଦିଆଯଇଥିବାବେଳେ ଭାରତୀୟ ରେଳ ବିଭାଗ ତରଫରୁ ୩୩ .୧୬ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ୧୦୪୨ ମିଟର ଲମ୍ବ ଏହି ବ୍ରିଜ ଟିରେ ୩୭ ଟି ପିଲର ଦିଆ ଯାଇଛି , ଯାହା ମଧ୍ୟରୁ ରାଜ୍ୟ ସରକାର ୩୪ ଟି ଏବଂ ରେଳବାଇ ବିଭାଗ ୩ ଟି ପିଲାର ନିର୍ମାଣ କରିଛନ୍ତି। ଏହି ବ୍ରିଜ ଟି ପୋଲିସ ଷ୍ଟେସନ ସମ୍ମୁଖ ବିଜୁ ପଟ୍ଟନାୟକ ଛକ ଠାରୁ ଆରମ୍ଭ ହୋଇ ଯମୁନା ଜୋର୍ ପରେ ଡି ଏ ଭି କଲେଜ ପଡିଆ ପର୍ଯ୍ୟନ୍ତ ଯାଇଛି। ଏ ଆର ଏସ ଏସ କମ୍ପାନୀ ଲି, ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା ବେଳେ ପରେ ରାଜଲକ୍ଷ୍ମୀ କଷ୍ଟ୍ରକ୍ସନ୍ ପ୍ରା, ଲି ୧୦୧୪ ରୁ ୨୦୧୧ ଦ୍ବାରା ଏହାର କାର୍ଯ୍ୟ ସମ୍ପାଦନ କରାଯାଇଛି। ଶେଷରେ ଟିଟିଲାଗଡ ବାସୀ ଙ୍କ ଦୀର୍ଘ ପ୍ରତୀକ୍ଷା ର ଅନ୍ତ ଘଟିଛି। ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରକମଳ ରେ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟିତ ହୋଇଛି ଟିଟିଲାଗଡ ର ଲାଇଫ ଲାଇନ କୁହାଯାଉଥିବା ଏହି ବହୁପ୍ରତିକ୍ଷୀତ ରେଳ ପ୍ଲାଇ ଓଭର ବ୍ରିଜ।ଏହି ଐ ତି ହାସିକ ମୁହୂର୍ତ୍ତରେ ଟିଟିଲାଗଡ ବାସୀ ଉପସ୍ଥିତ ରହି ଗୌରବାଅନ୍ଵିତ ହୋଇଥିଲେ । ଏହି ଉଦଘାଟନୀ ସଭାରେ ବଲାଙ୍ଗୀର ଜିଲ୍ଲାପାଳ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। , ଡବ୍ଲୁ ଓ ଡି ସି ଚ୍ୟାର୍ ମେନ ଶ୍ରୀ ଅସିତ୍ ତ୍ରିପାଠୀ,ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ,ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଶ୍ରୀମତୀ ଟୁକୁ ନି ସାହୁ,ନିଜ ନିଜ ବକ୍ତବ୍ୟ ରଖିଥିଲେ। ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ତୃତୀୟ ମହଲା କନଫରେନ୍ସ ହଲ ରୁ ଭିଡିଓ କନଫରେନ୍ସ ମାଧ୍ୟମରେ ତାଙ୍କ ବକ୍ତବ୍ୟ ରଖିଥିଲେ। ଏହି ସଭାରେ ବିଜେଡି ଓ ବିଜେପି ଉଭୟ ଦଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking