26.1 C
Bhubaneswar
Sunday, July 6, 2025
Homeଦେଶ ବିଦେଶପବଜି ଭଳି ନାଁ ବଦଳାଇ ପୁଣି ଭାରତକୁ ଫେରିପାରେ ଟିକଟକ

ପବଜି ଭଳି ନାଁ ବଦଳାଇ ପୁଣି ଭାରତକୁ ଫେରିପାରେ ଟିକଟକ

ନୂଆଦିଲ୍ଲୀ: ସର୍ଟ ଭିଡିଓ ପାଇଁ ସାରା ଦୁନିଆରେ ନିଜର ଭିନ୍ନ ପରିଚୟ କରିଥିବା ଆପ୍ ଟିକଟକ ପୁଣି ଥରେ ଭାରତକୁ ଫେରିବା ପାଇଁ ପ୍ଲାନିଂ କରୁଛି । କମ୍ପାନୀ ଏହାକୁ ନୁଆ ନାମ ସହିତ ଲଂଚ କରିବାକୁ ଚାହୁଁଛି । କୁହାଯାଉଛି ଯେ, ଏହାକୁ ଏକ ନୂଆ ନାମ ଟିକ୍ ଟକ୍ ସହିତ ଲଂଚ କରାଯାଇପାରେ । କେନ୍ଦ୍ର ସରକାର ଗତବର୍ଷ ରାଷ୍ଟ୍ରୀୟ ସୁରକ୍ଷା କଥା କହି ଟିକ ଟକ ସମେତ ଅନେକ ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

ଏହାର ପ୍ୟାରେଣ୍ଟ କମ୍ପାନୀ ବାଇଟ ଡାନ୍ସ କଣ୍ଟ୍ରୋଲର ଜେନେରାଲ ଅଫ ପେଟେଣ୍ଟ୍‌, ଡିଜାଇନ୍ସ ଓ ଟ୍ରେଡ ମାର୍କସରେ ନୂଆ ଟ୍ରେଡ ମାର୍କ ପାଇଁ ଆବେଦନ କରିଛି । ଯାହାପରେ ଅନୁମାନ କରାଯାଉଛି ଯେ, ଟିକଟକ ପୁଣି ଥରେ ଭାରତକୁ ଫେରୁଛି । ଏନେଇ କମ୍ପାନୀ ପକ୍ଷରୁ କୌଣସି ପ୍ରକାର ଆଧିକାରିକ ଘୋଷଣା କରାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking