29.1 C
Bhubaneswar
Friday, April 26, 2024
Homeଦେଶ ବିଦେଶହଜାରେ ବର୍ଷ ପରେ ଚୀନରେ ପ୍ରବଳ ବର୍ଷା

ହଜାରେ ବର୍ଷ ପରେ ଚୀନରେ ପ୍ରବଳ ବର୍ଷା

ବେଜିଂ: ଚୀନରେ ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଚୀନର ଦକ୍ଷିଣ ଗ୍ୱାଙ୍ଗଦୋଙ୍ଗେ ପ୍ରାନ୍ତରେ ଗତସପ୍ତାହରୁ ଏକ ନିର୍ମାଣଧୀନ ସ୍ଥଳରେ ଫସିଥିବା ୧୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଝୁହାଇ ସହରରେ  ୧୫ ଜୁଲାଇରେ ବନ୍ୟା ଆସିଥିଲା । ସେହି ସମୟରେ ୧୪ ଶ୍ରମିକ ସେଠାରେ ଫସିରହିଥିଲେ । ତେବେ ବାକି ଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଉଥିବା ସୂଚନା ରହିଛି । ଘଟଣାସ୍ଥଳରେ ୨୪୦୦ରୁ ଅଧିକ ଉଦ୍ଧାରକାରୀ ଦଳ ଓ ୨୦୦ରୁ ଅଧିକ ଦମକଳଗାଡି ପଠା ଯାଇଛି ।
ଚୀନର ମଧ୍ୟ ହେନାମ ପ୍ରାନ୍ତରେ ୧୦୦୦ ବର୍ଷରେ ସବୁଠୁ ଅଧିକ ବର୍ଷା ବର୍ଷା ହୋଇଛି । ଫଳରେ ବୁଧବାର ସବୱେ, ହୋଟେଲ ତଥା ସାର୍ବଜନିକ ସ୍ଥାନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା ନିୟୋଜିତ ହୋଇଛନ୍ତି । ବର୍ଷା ଓ ବନ୍ୟା ପାଇଁ ପ୍ରାୟ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାବ୍ୟତୀତ ଏକ ଲକ୍ଷରର ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking