38.1 C
Bhubaneswar
Saturday, April 20, 2024
Homeଓଡିଶାଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ବିଶ୍ବେଶ୍ବର ଟୁ଼ଡୁ

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ବିଶ୍ବେଶ୍ବର ଟୁ଼ଡୁ

ନୂଆଦିଲ୍ଲୀ : ଆଦିବାସୀ ରାଷ୍ଟ୍ର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଅସୁସ୍ଥ। କିଛି ଦିନ ପୂର୍ବରୁ କୋରୋନାରେ ସଂକ୍ରମିତ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ମାତ୍ର କୋଭିଡ଼ ପରବର୍ତ୍ତୀ ଜଟିଳତା ଯୋଗୁଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ବିଶ୍ବେଶ୍ବର ଟୁ଼ଡୁ।

ତେବେ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା କୁହାଯାଉଛି। ନିକଟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବେ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ମୟୂରଭଞ୍ଜର ସାଂସଦ ବିଶେଶ୍ବର ଟୁଡୁ। କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ନେବାର କିଛିଦିନ ମଧ୍ୟରେ ବିଶ୍ବେଶ୍ବର କୋଭିଡ଼ରେ ଆକ୍ରାନ୍ତ ହୋଇଥିଲେ।

ଏହା ପରେ ସେ କୋଭିଡ଼ ସଂକ୍ରମଣରୁ ମୁକ୍ତ ହୋଇଥିଲେ ମଧ୍ୟ ତାଙ୍କ ଶରୀରରେ କୋଭିଡ଼ ପରବର୍ତ୍ତୀ ଜଟିଳତା ଦେଖିବାକୁ ମିଳିଛି। ତେଣୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ବିଶ୍ବେଶ୍ବରଙ୍କ ଅସୁସ୍ଥତା ବିଷୟରେ ଅବଗତ ହେବା ସହ ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking