36.1 C
Bhubaneswar
Tuesday, May 19, 2026
Homeଓଡିଶାଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌: ଏକଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌: ଏକଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ୧୬ନମ୍ବର ଜାତୀୟ ରାଜପଥ ଗୋଳବାଇ ଓଭରବ୍ରିଜ ଉପରେ ଟ୍ରକକୁ ପଛରୁ ପିଟିଲା ଟ୍ରକ। ଦୁର୍ଘଟଣା ଘଟାଇଥିବା ଟ୍ରକରେ ଲାଗିଲା ନିଆଁ। ସୂଚନାରୁ ଜଣାପଡିଛି ଏକ ମାଲ ବୋଝେଇ ଟ୍ରକ ବାଲୁଗାଁ ପଟୁ ଖୋର୍ଦ୍ଧା ପଟକୁ ଆସୁଥିବା ସମୟରେ ଗୋଳବାଇ ଓଭରବ୍ରିଜ ଉପରେ ଏକ ଟ୍ରକ ଅଟକି ରହିଥିଲା ଉକ୍ତ ଟ୍ରକକୁ ମାଲବୋଝେଇ ଟ୍ରକଟି ଧକ୍କା ଦେଇଥିଲା। ଧକ୍କା ଦେଇଥିବା ଟ୍ରକର ଆଗ ଇଞ୍ଜିନରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ପାଉଁଶ ହୋଇଯାଇଛି। ଟ୍ରକର ଡ୍ରାଇଭର ଓ ହେଲପର ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି।

ଆହତ ଡ୍ରାଇଭର ଓ ହେଲପରକୁ ୧୦୮ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଖବର ପାଇ ଜଙ୍କିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଛି। ଦୁର୍ଘଟଣା ଯୋଗୁ ଏକଘଣ୍ଟା ଧରି ରାସ୍ତାରେ ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ପୋଲିସ ଗାଡିକୁ ରାସ୍ତା କଡକୁ ସାଇଡ କରିବା ପରେ ଗାଡିମୋଟର ଯାତାୟତ କରିଛି। ପୋଲିସ ଦୁର୍ଘଟଣା ହୋଇଥିବା ଗାଡି ଜବତ କରି ତଦନ୍ତ ଜାରି ରଖିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking