ନୂଆଦିଲ୍ଲୀ: ଦିଲ୍ଲୀ- ଏନସିଆରର ଲୋକମାନେ ମହଙ୍ଗା ମାଡର ଶିକାର ହୋଇଛନ୍ତି । ଆଜି ସକାଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃ୍ଦ୍ଧି ସହିତ, ସିଏନଜିର ମୂଲ୍ୟ ବୃ୍ଦ୍ଧି ପାଇଛି । ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମ ସମେତ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସିଏନଜି ଏବେ ୨ ଟଙ୍କା ଅଧିକ ମହଙ୍ଗା ହେବ । ଭାରତ ଏହାର ପ୍ରାକୃତିକ ଗ୍ୟାସ ଆବଶ୍ୟକତାର ୫୦% ଅଧିକ ଆମଦାନୀ କରୁଛି । ଯୋଗାଣ ଅଭାବ ଏବଂ ବର୍ଦ୍ଧିତ ବିଶ୍ୱ ଚାହିଦା ଆଇଜିଏଲ ଏବଂ ଏମଜିଏଲ ଭଳି ଗ୍ୟାସ କମ୍ପାନୀଗୁଡିକ ପାଇଁ ଗ୍ୟାସ କ୍ରୟକୁ ମହଙ୍ଗା କରିଛି।କମ୍ପାନୀଗୁଡିକ କହିଛନ୍ତି ଯେ, ସେମାନେ ଏବେ ଏହି ବର୍ଦ୍ଧିତ ଖର୍ଚ୍ଚ ଗ୍ରାହକମାନଙ୍କ ଉପରେ ଲଦିବାକୁ ବାଧ୍ୟ ହେଉଛନ୍ତି ।










