33.1 C
Bhubaneswar
Tuesday, May 19, 2026
Homeଓଡିଶାମା’ କନକ ଦୁର୍ଗା ମନ୍ଦିରରୁ ଚୋରି: ୬ ଗିରଫ

ମା’ କନକ ଦୁର୍ଗା ମନ୍ଦିରରୁ ଚୋରି: ୬ ଗିରଫ

ଛତ୍ରପୁର:ମନ୍ଦିରରୁ ଚୋରି କରି ଗିରଫ ହେଲେଲୁଟେରା ଗତ ୧୬ ତାରିଖ ଦିନ ବିଳମ୍ବିତ ରାତ୍ରରେ ଛତ୍ରପୁର ଥାନା ଅଧିନ ଉଜ୍ଜଳେଶ୍ୱରୀ ମନ୍ଦିର ଓ ଚମାଖଣ୍ଡି ଥାନା ଅଧିନ କଣମଣା ଗ୍ରାମରେ ଥିବା ମା’ କନକ ଦୁର୍ଗାଙ୍କ ମନ୍ଦିରରୁ ଚୋରି ହୋଇଥିଲା। ଏନେଇ ଆଜି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଚମାଖଣ୍ଡି ଥାନା ଚନ୍ଦ୍ରପଡା ଗ୍ରାମର ଅମିତ ପ୍ରଧାନ, ରୁଦ୍ର ପ୍ରଧାନ, ଟୁକୁନା ପ୍ରଧାନ, ଦାସ ପ୍ରଧାନ, ରଘୁ ପ୍ରଧାନ ଓ ଦେବରାଜ ପ୍ରଧାନ । ସେମାନଙ୍କ ଠାରୁ ଗୋଟିଏ ସାନ ରୁପା ମୁକୁଟ, ଦୁଇ ଗୋଟି ବଡ ରୁପା ମୁକୁଟ, ଗୋଟିଏ ଷ୍ଟିଲ ହୁଣ୍ଡି, ଏକ ହଜାର ଟଙ୍କା ଓ ଏକ ବାଇକ ଜବତ କରାଯାଇଛି ।

ସୂଚନାଯୋଗ୍ୟ, ଛତ୍ରପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ପାଶ୍ୱରେ ଥିବା ଉଜ୍ଜଳେଶ୍ୱରୀ ମନ୍ଦିରରୁ ପୂଜକଙ୍କୁ ଆକ୍ରମଣ କରିବା ସହିତ ମା’ଙ୍କ ମୁକୁଟ ଓ ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ନେଇ ଛତ୍ରପୁର ଥାନାରେ ଅଭିଯୋଗ ହୋଇଥିଲା । ସେହିପରି ଚମାଖଣ୍ଡି ଥାନା ଅଧିନ କଣମଣା ଗ୍ରାମରେ ଥିବା ମା’ କନକ ଦୁର୍ଗାଙ୍କ ମନ୍ଦିରରୁ ମଧ୍ୟ କିଛି ଦୁର୍ବୃତ୍ତ ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ଛତ୍ରପୁର ଥାନାରେ ୪୫୩ ଓ ଚମାଖଣ୍ଡି ଥାନାରେ ୩୨୭ ପ୍ରକାରେ ୨ଟି ମାମଲା ରୁଜୁ କରାଯାଇଥିଲା। ପରେ ଛତ୍ରପୁର ଥାନା ଓ ଚମାଖଣ୍ଡି ଥାନା ପୋଲିସକୁ ନେଇ ଏକ ଟିମ ଗଠନ କରାଯାଇ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ଏସଡିପିଓ ଘଡେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ସମୟରେ ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତି ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking