38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମୁମ୍ବାଇ ଡକୟାର୍ଡରେ ବଡ଼ ଅଘଟଣ: ୩ ଯବାନ ସହିଦ

ମୁମ୍ବାଇ ଡକୟାର୍ଡରେ ବଡ଼ ଅଘଟଣ: ୩ ଯବାନ ସହିଦ

ମୁମ୍ବାଇ: ଭାରତୀୟ ନୌସନାର ମୁମ୍ବାଇ ଡକୟାର୍ଡରେ ବଡ଼ ଅଘଟଣ ଘଟିଛି । ଡକୟାର୍ଡରେ ଥିବା ଆଇଏନଏସ୍ ରଣବୀର ତୋପରେ ହଠାତ୍ ବିସ୍ଫୋରଣ ହୋଇଛି । ଏତେ ଭୟଙ୍କର ଥିଲା ଯେ ଏଥିରେ ୩ ଜଣ ନୌସେନା କର୍ମଚାରୀଙ୍କୁ ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ରାଜପୁତ କ୍ଲାସ ବିଧ୍ୱଂସକାରୀ ଆଇଏନଏସ୍ ରଣବୀର ନୌସେନାର ମୁମ୍ବାଇ ଡକୟାର୍ଡରେ ଥିବା ବେଳେ ଘଟଣା ଘଟିଛି । ଏହି ଯୁଦ୍ଧତୋପର ଆଭ୍ୟନ୍ତରୀଣ କମ୍ପାର୍ଟମେଣ୍ଟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ତୋପରେ ନିଆଁ ଲାଗି ଯାଇଥିଲା । ତେବେ କ୍ରୁ ସଦସ୍ୟଙ୍କ ଉପଯୁକ୍ତ ପଦକ୍ଷେପ ଯୋଗୁ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ବିସ୍ଫୋରଣ ସତ୍ତ୍ୱେ ତୋପରେ କୌଣସି ପ୍ରକାରର ବିଶେଷ ସାମଗ୍ରୀ ଜନିତ କ୍ଷତି ହୋଇନାହିଁ । ବିସ୍ଫୋରଣର କାରଣ ଜଣାପଡ଼ିନି । କିନ୍ତୁ ଘଟଣାର ବୋର୍ଡ ଅଫ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଥିବା ନୌସେନା ପକ୍ଷରୁ କୁହାଯାଇଛି । ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ପକ୍ଷରୁ ଆଇଏନଏସ୍ ରଣବୀର ୨୦୨୧ ନଭେମ୍ବର ମାସରୁ କ୍ରସ କଷ୍ଟ ଅପରେସନାଲ କାମରେ ନିୟୋଜିତ ଥିଲା । ଖୁବଶୀଘ୍ର ବେସ୍‌କୁ ପୋର୍ଟକୁ ଫେରିଥାଆନ୍ତା । ହେଲେ ଏହା ପୂର୍ବରୁ ଡକୟାର୍ଡରେ ଥିବା ବେଳେ ଏପରି ଅଘଟଣ ଘଟିଛି । କମ୍ପାର୍ଟମେଣ୍ଟରେ ହୋଇଥିବା ବିସ୍ଫୋରଣ ସହ ଅସ୍ତଶସ୍ତ୍ର କିମ୍ବା ବିସ୍ଫୋରକର କୌଣସି ଭୂମିକା ନାହିଁ । ଘଟଣାର ତଦନ୍ତ ପରେ ପୂରା ତଥ୍ୟ ଆସିବ ବୋଲି ନୌସେନା ସୂତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking