34.1 C
Bhubaneswar
Thursday, April 25, 2024
Homeକରୋନାକରୋନାକୁ ଶେଷ କରିବା ସମ୍ଭବ ନୁହେଁ, କାରଣ କହିଲେ ‘ହୁ’ର ଅଧିକାରୀ 

କରୋନାକୁ ଶେଷ କରିବା ସମ୍ଭବ ନୁହେଁ, କାରଣ କହିଲେ ‘ହୁ’ର ଅଧିକାରୀ 

ନୂଆଦିଲ୍ଲୀ: ସାରା ବିଶ୍ୱରରେ କରୋନା ମହାମାରୀ ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓର ଜଣେ ବରିଷ୍ଠ ଅଧିକାରୀ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ଭାଇରସକୁ ଶେଷ କରିବା ସମ୍ଭବ ନୁହେଁ । କାହିଁକି ନା ଏପରି ଭାଇରସ୍ କେବେ ମରନ୍ତି ନାହିଁ ଓ ଶେଷରେ ଏହା ଇକୋସିଷ୍ଟମର ଅଂଶ ହୋଇଯାଆନ୍ତି । ସେ ଏହା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ବ୍ୟବସ୍ଥାରେ ଅନ୍ତର୍ନିହିତ ଅସମାନତାକୁ ସୁଧାରିବା ପାଇଁ ମିଳିତ ସହଯୋଗରେ ଚଳିତ ବର୍ଷ କୋଭିଡ କାରଣରୁ ସାର୍ବଜନିକ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିକୁ ସମାପ୍ତ କରିବା ସମ୍ଭବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକଲ ରୟାନ ରୟାନ ବିଶ୍ୱ ଆର୍ôଥକ ମଞ୍ଚର ଅନଲାଇନ୍ ଡ଼ାଭୋସ ଏଜେଣ୍ଡା ୨୦୨୨ ଶିଖର ସମ୍ମିଳନୀରେ କହିଛନ୍ତି ଯେ, ‘ସମଗ୍ର ବିଶ୍ୱର ଜନସଂଖ୍ୟାକୁ ଯଥାସମ୍ଭବ ଟିକାକରଣ କରାଯିବା ଆବଶ୍ୟକ । ଏପରି କରିବା ଦ୍ୱାରା କରୋନା ମହାମାରୀ ମାମଲା ନିମ୍ନସ୍ତରକୁ ଚାଲିଯିବ । ତେବେ ପ୍ରଥମଥର ୨୦୧୯ର ଶେଷରେ ଚୀନର ଉହାନରୁ ସାମ୍ନାକୁ ଆସିଥିବା ଏହି ମହାମାରୀ ସାରା ବିଶ୍ୱରେ ବ୍ୟାପିଛି । ଏହା ବିଶ୍ୱସ୍ତରରେ ୫୫.୫ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ବିଶ୍ୱରେ କୋରୋନା ମୃତ୍ୟୁ ସଂଖ୍ୟା ୫୫ ଲକ୍ଷ ୭୨ ହଜାର ୭୧୦କୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ସଂଖ୍ୟା ୩୩ କୋଟି ୪୯ ଲକ୍ଷ ୨୪ ହଜାର ୬୯୨କୁ ବୃଦ୍ଧି ପାଇଛି । ୫ କୋଟି ୮୭ ଲକ୍ଷ ୨୨ ହଜାର ୪୭୯ ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୯୬ ହଜାର ୭୨୨ ଜଣ ଗୁରୁତର ଅଛନ୍ତି । କୋରୋନା ପ୍ରଭାବିତ ୨୨୨ ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ । ବିଶ୍ୱରେ କୋଭିଡ ସଂକ୍ରମଣରେ ଦ୍ୱିତୀୟ ସ୍ଥାନରେ ଭାରତ, ବ୍ରାଜିଲ ତୃତୀୟ । ଫ୍ରାନ୍ସରେ ସର୍ବାଧିକ ଦୈନିକ ସଂକ୍ରମଣ ୪.୬୪ ଲକ୍ଷ, ଇଟାଲୀରେ ୨୪ ଘଣ୍ଟାରେ ୨.୨୮ ଲକ୍ଷ ପଜିଟିଭ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking