34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଇସ୍ରାଏଲ୍ ପଟୁ ପ୍ରତିଆକ୍ରମଣ ଆଶଙ୍କା ବଢ଼ୁଛି; ସମସ୍ତ ଆଣବିକ କାର୍ଯ୍ୟକ୍ରମ ବନ୍ଦ କଲା ଇରାନ୍‌

ଇସ୍ରାଏଲ୍ ପଟୁ ପ୍ରତିଆକ୍ରମଣ ଆଶଙ୍କା ବଢ଼ୁଛି; ସମସ୍ତ ଆଣବିକ କାର୍ଯ୍ୟକ୍ରମ ବନ୍ଦ କଲା ଇରାନ୍‌

ତେହରାନ୍ : ସିରିଆର ଡାମାସ୍‌କସ୍ ଅଞ୍ଚଳରେ ଥିବା ଏକ ଇରାନୀୟ କନ୍‌ସୁଲାର ବିଲ୍ଡିଂ ଉପରେ ଇସ୍ରାଏଲ୍ ସେନା ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ୍ ଏବଂ ଏଥିରେ ଇରାନ୍ ସେନାର କିଛି ବରିଷ୍ଠ ସାମରିକ କମାଣ୍ଡରଙ୍କ ସମେତ ୧୨ ପଦାଧିକାରୀ ମୃତ୍ୟୁବରଣ କରିଥିଲେ । ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଇସ୍ରାଏଲ୍ ଉପରେ ପ୍ରଥମେ ଆକ୍ରମଣ କରିଛି ଇରାନ୍ । ଇସ୍ରାଏଲ ଉପରେ ଗତ ଶନିବାରରୁ ରବିବାର ମଧ୍ୟରେ ୩୦୦ରୁ ଅଧିକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଥିଲା ଇରାନ୍ । ଅବଶ୍ୟ ଏଥିମଧ୍ୟରୁ ଅନେକକୁ ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ୍ ଅକାମୀ କରିଦେଇଥିଲା ଯାହାଦ୍ୱାରା ଇସ୍ରାଏଲରେ ସେପରି ବ୍ୟାପକ କ୍ଷୟକ୍ଷତି କିଛି ହୋଇନାହିଁ । କିନ୍ତୁ ଇରାନ୍‌ର ଏପ୍ରକାର ଆକ୍ରମଣକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ଇରାନ୍‌କୁ ଉଚିତ୍ ଜବାବ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଫଳରେ ଇରାନ୍ ଉପରେ ଇସ୍ରାଏଲ ପକ୍ଷରୁ କୌଣସି ମୁହୂର୍ତ୍ତରେ ମଧ୍ୟ ବଡ଼ ଧରଣର ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏପରି ହେଲେ ବିଶ୍ୱସ୍ତରରେ ଆଉ ଏକ ମହାଯୁଦ୍ଧର ସୂତ୍ରପାତ ହେବ ବୋଲି ମଧ୍ୟ ମତପ୍ରକାଶ ପାଇଛି । ତେବେ ଏସବୁ ମଧ୍ୟରେ ମିଳିତ ଜାତିସଂଘର ଆଣବିକ ନୀରିକ୍ଷଣ ସଂସ୍ଥା ବା ୱାଚ୍‌ଡଗ୍ ‘ଇଣ୍ଟରନ୍ୟାସନାଲ ଆଟମିକ୍ ଏନର୍ଜି (ଆଇଏଇଏ) ପକ୍ଷରୁ ଏକ ବଡ଼ ସୂଚନା ଦିଆଯାଇଛି ।
ମିଳିତ ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ ଆଇଏଇଏ ମୁଖ୍ୟ ରାଫେଲ୍ ଗ୍ରୋସୀ ସୂଚନା ଦେଇ କହିଛନ୍ତି, ଇରାନ୍‌ରେ କର୍ତ୍ତବ୍ୟରତ ଥିବା ଆଇଏଇଏର ସମସ୍ତ ଇନ୍ସପେକ୍ଟର (ଯାଞ୍ଚ ଅଧିକାରୀ)ଙ୍କୁ ସ୍ଥାନୀୟ ସରକାରଙ୍କ ପକ୍ଷରୁ ସୂଚୀତ କରାଯାଇଛି ଯେ, ଇରାନ୍ ସରକାର ବର୍ତ୍ତମାନ ସମୟରେ ଦେଶର ସମସ୍ତ ଆଣବିକ କାର୍ଯ୍ୟକ୍ରମ ତଥା ସୁବିଧା କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରତିପକ୍ଷ ପଟୁ ଘମାସାନ୍ ଆକ୍ରମଣର ଆଶଙ୍କା ରହିଥିବା କାରଣରୁ ଏବଂ ବିଶେଷ କରି ଇରାନ୍‌ର ଆଣବିକ କେନ୍ଦ୍ର ଉପରେ ଆକ୍ରମଣର ଆଶଙ୍କା ସର୍ବାଧିକ ଥିବାରୁ ଇରାନ୍ ସରକାର ଏହି ନିଷ୍ପତ୍ତି ନେଇଥିବା ଆଇଏଇଏ ଯାଞ୍ଚ୍ ଅଧିକାରୀମାନଙ୍କୁ ଅବଗତ କରାଯାଇଛି । ପ୍ରକାଶ, ଆଇଏଇଏର ଏହି ଇନ୍ସପେକ୍ଟରମାନେ ମୁଖ୍ୟତଃ ଜାତୀୟସ୍ତରରେ ହେଉଥିବା ଆଣବିକ କାର୍ଯ୍ୟକଳାପ ଉପରେ ତୀକ୍ଷ୍ମ ନଜର ରଖିଥାନ୍ତି ଏବଂ ସମୟେ ସମେୟ ଏସବୁ ସ୍ଥାନକୁ ଯାଇ ସେଠାରେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପୂର୍ବକ ଇଣ୍ଟରନ୍ୟାସନାଲ ଆଟମିକ୍ ଏନର୍ଜି (ଆଇଏଇଏ)କୁ ରିପୋର୍ଟ କରିଥାନ୍ତି । ଗ୍ରୋସୀଙ୍କ କହିବାନୁସାରେ ସେ, ନିଜ ଅଧୀନସ୍ଥ ଇନ୍ସପେକ୍ଟରମାନଙ୍କୁ ବର୍ତ୍ତମାନ ସମୟରେ ଇରାନ୍‌ରେ ରହିବାକୁ ଏବଂ ପରିସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ତଥା ଇରାନ୍‌ର ଆଣବିକ କେନ୍ଦ୍ର ସବୁୂର ନୀରିକ୍ଷଣ ପ୍ରକ୍ରିୟା ଶେଷ ନକରିବା ପର୍ଯ୍ୟନ୍ତ ଇରାନ୍ ନଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଇସ୍ରାଏଲ ଏବେ ଇରାନ୍ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛି । ଇରାନ୍‌, ପରମାଣୁ ବୋମା ହାସଲ କରିବାକୁ ଚାହୁଁଥିବା ଇସ୍ରାଏଲ ଅଭିଯୋଗ କରିଛି । ତେବେ ଇରାନ୍ ପକ୍ଷରୁ ଏପ୍ରକାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଅନ୍ୟପକ୍ଷେ ଇସ୍ରାଏଲ୍ ୨୦୧୦ରେ ୨ ଜଣ ଇରାନୀୟ ଆଣବିକ ପଦାର୍ଥ ବିଜ୍ଞାନୀଙ୍କୁ ହତ୍ୟା କରିଥିବା ଏବଂ ପୂର୍ବ ବର୍ଷ ଅନ୍ୟ ଜଣକୁ ଅପହରଣ କରିଥିବା ଇରାନ୍ ପକ୍ଷରୁ ଅଭିଯୋଗ ହୋଇଛି । ଏସବୁ ମଧ୍ୟରେ ଇସ୍ରାଏଲ ୧୯୮୧ରେ ଆମେରିକାର ବିରୋଧ ସତ୍ତ୍ୱେ ତତ୍କାଳୀନ ଇରାକ୍‌ର ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସୈନ୍‌ଙ୍କ ଶାସନ କାଳରେ ଇରାକରେ ଥିବା ଓସିରାକ ଆଣବିକ ରିଆକ୍ଟର ଉପରେ ବୋମାମାଡ଼ କରିଥିଲା । ସେହିପରି ୨୦୧୦ରେ ଇରାନ୍‌, ଷ୍ଟକ୍ସନେଟ୍ ଭୂତାଣୁ ବ୍ୟବହାର କରି ଉୟ ଇସ୍ରାଏଲ ଏବଂ ଆମେରିକା ବିରୋଧରେ ଏକ ଅତ୍ୟାଧୁନିକ ସାଇବର ଆଟାକ୍ କାର୍ଯ୍ୟକ୍ରମକୁ ମଧ୍ୟ ସଂଗଠିତ କରିଥିଲା । ସେହିପରି ୨୦୧୮ରେ, ସିରିଆର ଏକ ଆଣବିକ ରିଆକ୍ଟର ଉପରେ ଏକ ସିକ୍ରେଟ୍ ଏୟାର ଷ୍ଟ୍ରାଇକ୍ କରିଥିବା ମଧ୍ୟ ଇସ୍ରାଏଲ ସ୍ୱୀକାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking