34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା; ମୁଁ କେଜ୍ରିୱାଲ, ଆତଙ୍କବାଦୀ ନୁହେଁ

ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା; ମୁଁ କେଜ୍ରିୱାଲ, ଆତଙ୍କବାଦୀ ନୁହେଁ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଏବେ ତିହାର ଜେଲ୍‌ର ବିଚାରବିଭାଗୀୟ ହାଜତ୍‌ରେ କଏଦୀ ଭାବେ ଦିନ କାଟୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ପୁଣିଥରେ ଜେଲ୍‌ରୁ ଦିଲ୍ଲୀବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଜାରି କରିଛନ୍ତି । କେଜ୍ରିୱାଲ୍ ନିଜ ବାର୍ତ୍ତାରେ ଦର୍ଶାଇଛନ୍ତି ଯେ, ‘ସେ କେଜ୍ରିୱାଲ୍‌, ଆତଙ୍କବାଦୀ ନୁହଁନ୍ତି ।’ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି କେଜ୍ରିୱାଲ୍‌ଙ୍କ ଦଳ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ନେତା ତଥା ସାଂସଦ ସଞ୍ଜୟ ସିଂହ । ଏହି ସମୟରେ ସେ କେଜ୍ରିୱାଲ୍‌ଙ୍କ ଚିଠିକୁ ପଢ଼ି ଶୁଣାଇଛନ୍ତି । ଏଥିରେ କେଜ୍ରିୱାଲ୍ ଉଲ୍ଲେଖ କରିଛନ୍ତି ଯେ, “ତାଙ୍କ ନାମ ଅରବିନ୍ଦ କେଜ୍ରିୱାଲ୍ ଏବଂ ସେ କୌଣସି ଆତଙ୍କବାଦୀ ନୁହଁନ୍ତି । ତଥାପି ତାଙ୍କୁ ଜେଲ୍‌ରେ ଜଣେ ଆତଙ୍କବାଦୀଙ୍କ ପରି ବ୍ୟବହାର କରାଯାଉଛି । ଏସବୁ କିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ କରାଯାଉଛି ବୋଲି କେଜ୍ରିୱାଲ୍ ଉଲ୍ଲେଖ କରିଛନ୍ତି । ଏତଦ୍‌ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରି କେଜ୍ରିୱାଲ୍ ଲେଖିଛନ୍ତି ଯେ, ଏପ୍ରକାର ହୀନ ରାଜନୀତି କରୁଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲଜ୍ଜା ଅନୁଭବ ହେବା ଉଚିତ୍ । ତାଙ୍କୁ ଜେଲ୍‌ରେ ସାକ୍ଷାତ କରିବାକୁ ଆସୁଥିବା ତାଙ୍କ ପରିବାରର ସଦସ୍ୟ (ଦଳୀୟ ନେତା, କର୍ମୀଙ୍କ ଉଦ୍ଦେଶ୍ୟରେ)ଙ୍କୁ ମଧ୍ୟ ତାଙ୍କ ସହ ସାକ୍ଷାତ କରିବାକୁ ଦିଆଯାଉନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୋଦୀ ଏବଂ ତାଙ୍କ ସରକାର ଯେତେ ବଳ ପ୍ରୟୋଗ କଲେ ମଧ୍ୟ ସେ ଭାଙ୍ଗିପଡ଼ିବେ ନାହିଁ । ବରଂ ଏସବୁ କିଛି ତାଙ୍କୁ ଆହୁରି ଅଧିକ ସଶକ୍ତ କରୁଛି । ସେ ଏ ଦେଶର ପୁଅ ଏବଂ ଦେଶବାସୀଙ୍କ ସେବକ ଭାବେ କାମ କରିବେ ।”
କେଜ୍ରିୱାଲ୍‌ଙ୍କ ଚିଠି ପଢ଼ିସାରିବା ପରେ ସଞ୍ଜୟ ସିଂହ କହିଛନ୍ତି, କେଜ୍ରିୱାଲ୍‌ଙ୍କୁ ଜେଲ୍‌ରେ ଜଣେ ଆତଙ୍କବାଦୀଙ୍କ ପରି ବ୍ୟବହାର କରାଯାଉଛି । ଜଣେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏପ୍ରକାର ବ୍ୟବହାର ମୋଦୀ ସରକାରଙ୍କ ଭୟକୁ ପ୍ରମାଣିତ କରୁଛି । ସଞ୍ଜୟ ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ମନରେ କେଜ୍ରିୱାଲ୍‌ଙ୍କ ପ୍ରତି ଘୃଣା ଭାବନା ଭର୍ତ୍ତି ହୋଇ ରହିଛି । ଏଥିପାଇଁ ସେ ଏଭଳି ବ୍ୟବହାର କରୁଛନ୍ତି । ତାଙ୍କୁ ୨୪ ଘଣ୍ଟା ସିସିଟିଭି ସର୍ଭେଲାନ୍ସରେ ରଖାଯାଇ ନିର୍ଯାତନା ଦିଆଯାଇଛି ବୋଲି ଆପ ନେତା ଅଭିଯୋଗ କରିଛନ୍ତି । ଏତଦ୍‌ବ୍ୟତୀତ ଦିନକ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏଏନ୍‌ଆଇକୁ ଦେଇଥିବା ସାକ୍ଷାତକାରକୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି ସଞ୍ଜୟ ସିଂହ । ପ୍ରକାଶ, ଆପ୍ ନେତା ସଞ୍ଜୟ ସିଂହ ମଧ୍ୟ ସମାନ ମାମଲାରେ ୬ ମାସ ଜେଲ୍‌ରେ ରହିବା ପରେ ଏବେ ଜାମିନ୍‌ରେ ବାହାରକୁ ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking