29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଆପ୍‌ର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ କେଜ୍ରିୱାଲ୍‌

ଆପ୍‌ର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଗୋଟିଏ ପଟେ ଲୋକସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ କେଜ୍ରିୱାଲ୍‌ଙ୍କୁ ଏବେ ଜେଲ୍‌ରୁ ମୁକ୍ତି ମଧ୍ୟ ମିଳିପାରୁନାହିଁ । ଏକାଧିକ ଥର ତାଙ୍କ ଜାମିନ୍ ଆବେଦନ ଏବଂ ଗିରଫଦାରୀ ବିରୋଧୀ ପିଟିସନ୍ ଖାରଜ ନଚେତ୍ ବିଳମ୍ବିତ ଶୁଣାଣି ପାଇଁ ଲିଷ୍ଟେଡ୍ କରାଯାଇଆସୁଛି । ଏସବୁ ମଧ୍ୟରେ ଆପ୍ ପକ୍ଷରୁ ଆଜି ଦଳର ଏକ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରାଯାଇଛି । ଏଥିରେ କେଜ୍ରିୱାଲ୍‌ଙ୍କ ନାମ ସର୍ବାଗ୍ରେ ରହିଛି । ଜେଲରୁ ହିଁ ସରକାର ଚଲେଇବାକୁ କେଜ୍ରିୱାଲ୍‌ଙ୍କ ଜିଦ୍ ତଥା ଦାବିକୁ ଆଧାର କରି ଆପ୍ ପକ୍ଷରୁ ଗୁଜରାଟ, ପଞ୍ଜାବ ଏବଂ ଦିଲ୍ଲୀ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରାଯାଇଛି । ଏଥିରେ କେଜ୍ରିୱାଲ୍ ପ୍ରଥମ୍ ଷ୍ଟାର କ୍ୟାମ୍ପେନର ଭାବେ ରହିଥିବା ବେଳେ ତାଙ୍କ ପତ୍ନୀ ସୁନୀତା କେଜରିୱାଲ, ସଞ୍ଜୟ ସିଂହ, ରାଘବ ଚଢା, ସୌରଭ ଭରଦ୍ୱାଜ, ଆତିଶୀ ଏବଂ ସନ୍ଦୀପ ପାଠକ, ଭାଗବତ ମାନ, ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନ ମଧ୍ୟ ରହିଛନ୍ତି । ଅନ୍ୟପକ୍ଷେ ଆପ୍‌ର ଏହି ଷ୍ଟାର କ୍ୟାମ୍ପେନର ତାଲିକାକୁ ନେଇ ବିଜେପି ପ୍ରତିକ୍ରିୟାଶୀଳ ହୋଇଉଠିଛି । ଏକ ଅପରାଧିକ ମାମଲାରେ ଛନ୍ଦି ହୋଇ ଜେଲ୍‌ରେ ଥିବା ଜଣେ ବ୍ୟକ୍ତି କିପରି ଷ୍ଟାର କ୍ୟାମ୍ପେନର ହୋଇପାରିବ ସେନେଇ ବିଜେପି ପ୍ରଶ୍ନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking