33.1 C
Bhubaneswar
Saturday, April 27, 2024
Homeଅପରାଧଦୁର୍ଗରେ ଯୁବକଙ୍କୁ ହତ୍ୟା ଧମକ

ଦୁର୍ଗରେ ଯୁବକଙ୍କୁ ହତ୍ୟା ଧମକ

ଦୁର୍ଗ : ଉଦୟପୁର ଏବଂ ଅମରାବତୀ ପରେ ଏବେ ଛତିଶଗଡ଼ର ଦୁର୍ଗରେ ମଧ୍ୟ ଜଣେ ଯୁବକଙ୍କୁ ସୋସିଆଲ୍ ମିଡିଆ ପୋଷ୍ଟ୍‌କୁ ନେଇ ହତ୍ୟା ଧମକ ମିଳିଛି । ଦୁର୍ଗ ଜିଲ୍ଲାର କୁମ୍‌ହାରୀ ଥାନା ଅଞ୍ଚଳର କୈଳାସ ନଗରର ସମ୍ପୃକ୍ତ ଯୁବକଙ୍କୁ ଅଜ୍ଞାତ ଲୋକଙ୍କ ପକ୍ଷରୁ ହତ୍ୟା ଧମକ ମିଳିଛି । ଯୁବକ ଜଣକ ନୂପୁର ଶର୍ମାଙ୍କ ସମର୍ଥନରେ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍ କରିବା ପରେ ଏହି ଧମକ ମିଳିଛି । ଉଦୟପୁରରେ କହ୍ନେୟାଲାଲ୍ ଏବଂ ଅମରାବତୀରେ ଔଷଧ ବ୍ୟବସାୟୀ ଉମେଶ କୋହ୍ଲେଙ୍କ ହତ୍ୟା ପରେ ଯୁବକ ଜଣକ ଭୟଭୀତ ହୋଇ ସେ କୁମହାରୀ ଥାନାରେ ଅଭିଯୋଗ କରିଛନ୍ତି ।

ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଜୁନ୍ ୧୨ ତାରିଖରେ ଯୁବକ ଜଣକ ନିଜ ଇନ୍‌ଷ୍ଟାଗ୍ରାମ୍ ଆଇଡିରେ ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ୍ କରିଥିଲେ । ଏହାପରେ ଦୁଇଟି ନମ୍ବରରୁ ତାଙ୍କୁ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା । ମେସେଜ୍‌ରେ ଧମକ ଦିଆଯାଇଥିଲା ଯେ ତୁମେ ନୂପୁର ଶର୍ମାଙ୍କ ସମର୍ଥନ କରୁଛି, ତୁମକୁ ଆମେ ଜୀବନରୁ ମାରିଦେବୁ । ଏଥିରେ ଭୟଭୀତ ହୋଇ ଯୁବକ ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପ୍ରତି ଆଙ୍ଗଲ୍‌ରୁ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କ ତଲାସୀ ଜାରି ରଖିଥିଲା । ଏହା ମଧ୍ୟରେ ଧମକ ଦେଇଥିବା ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କୁ ଦୁର୍ଗ ପୁଲିସ ରାୟପୁରର ଗିରଫ କରିଥିବା ଦୁର୍ଗ ଏସ୍‌ପି ଅଭିଷେକ ପଲ୍ଲବ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking