27.1 C
Bhubaneswar
Friday, August 12, 2022
Homeଦେଶ ବିଦେଶନୂପୁର ଶର୍ମାଙ୍କ ବିରୋଧରେ ଲୁକ୍‌ଆଉଟ୍ ନୋଟିସ୍‌

ନୂପୁର ଶର୍ମାଙ୍କ ବିରୋଧରେ ଲୁକ୍‌ଆଉଟ୍ ନୋଟିସ୍‌

କୋଲ୍‌କାତା : ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଅସୁବିଧା କମିବାର ନାଁ ନେଉନାହିଁ । ଏବେ କୋଲ୍‌କାତା ପୁଲିସ ତାଙ୍କ ବିରୋଧରେ ଲୁକ୍‌ଆଉଟ୍ ନୋଟିସ୍ ଜାରି କରିଛି । କୋଲ୍‌କାତାରେ ନୂପୁରଙ୍କ ବିରୋଧରେ ଦୁଇଟି ଏଫ୍‌ଆଇଆର୍ ହୋଇଛି । ଏହାକୁ ନେଇ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ କରିଛି । କୋଲ୍‌କାତାର ନାରକେଲ୍‌ଡାଙ୍ଗା ଥାନା ପକ୍ଷରୁ ଜୁନ୍ ୨୦ ତାରିଖରେ ହାଜର ହେବା ପାଇଁ ନୂପୁରଙ୍କୁ ସମନ ଜାରି ହୋଇଥିଲା ।

ସେହିପରି ଜୁନ୍ ୨୫ ତାରିଖରେ ଏମହର୍ଷ୍ଟ ଥାନା ପକ୍ଷରୁ ସମନ ଜାରି କରାଯାଇ ତାଙ୍କୁ ହାଜର ହେବାକୁ କୁହାଯାଇଥିଲା । ମାତ୍ର ଦୁଇଟିଯାକ ମାମଲାରେ ନୂପୁର ଆସିବାକୁ ମନା କରିଦେଇଥିଲେ । ଏହାପରେ କୋଲ୍‌କାତା ପୁଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ସୁପ୍ରିମକୋର୍ଟ ନୂପୁରଙ୍କୁ ଭର୍ତ୍ସନା କରିବା ପରେ ଦିଲ୍ଲୀ ପୁଲିସ୍ ମଧ୍ୟ ତାଙ୍କୁ ଆପତ୍ତିଜନକ ବୟାନ ମାମଲାରେ ସମନ କରିବାକୁ ନିଷ୍ପତ୍ତି ନେଇଛି । ପୂର୍ବରୁ ନୂପୁର ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ୍ ସେଲ୍‌ର ଆଇଏଫ୍‌ଏସ୍‌ଓ ୟୁନିଟ୍‌ରେ ବୟାନ ରେକର୍ଡ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking