ଭୁବନେଶ୍ୱର : ଆଜିକାଲି ବ୍ୟସ୍ତ ବହୁଳ ଜୀବନ ଏବଂ କାମ ମଧ୍ୟରେ ଲୋକମାନେ ଚାପର ଶିକାର ହେଉଛନ୍ତି । ଯଦି ମନରେ ଚାପ ଥାଏ ଦିନଟା ଖରାପ ହୋଇଯାଏ । ଏହି ଚାପରୁ ମୁକ୍ତି ହେବା ପାଇଁ ଆପଣ ହର୍ୱାଲ ଚା ଘରେ ବନାଇ ପିଅନ୍ତୁ । କ୍ୟାମୋମାଇଲ ଫୁଲରୁ ତିଆରି ଏହି ଚାରେ ଆଣ୍ଟି – ଇମ୍ପେ୍ଲମାଟ୍ରି , ଆଣ୍ଟି ଅକ୍ସିଡାଣ୍ଟ ଭଳି ଗୁଣ ରହିଛି । ଏହି ଚା ପିଇବା ଦ୍ୱାରା ଶରୀରର ଚାପ କମିଥାଏ । ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ । ସେହିପରି ତୁଳସୀ ପତ୍ରରେ ଅନେକ ପ୍ରକାର ପୋଷକ ରହିଛି । ଯାହାକି ଏହି ଚାହା ପିଇବା ଦ୍ୱାରା ଗଳା ଯନ୍ତ୍ରଣା ଏବଂ କାଶରୁ ମୁକ୍ତି ମିଳିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଯାହାକି ଆପଣଙ୍କ ଚାପ ଓ ଚିନ୍ତା ସ୍ତରକୁ ହ୍ରାସ କରିଥାଏ । ଆଉ ଗୋଟିଏ ରହିଛି ହିବିସ୍କସ ଚା । ଯାହା ଆଣ୍ଟି – ଅକ୍ସିଡାଣ୍ଟରେ ପରିପୂଣ୍ଣ । ହିବିସ୍କସ ଚା ପିଇବା ଦ୍ୱାରା ଆପଣଙ୍କ ମନୋବଳ ବଢାଇଥାଏ । ହିବିସ୍କସ ଚା ପିଇବା ଦ୍ୱାରା ଆପଣଙ୍କ ରକ୍ତ ଚାପ ସନ୍ତୁଳିତ ରୁହେ । ଅନେକ ହୃଦରୋଗରୁ ରକ୍ଷା ପାଇପାରିବେ । ଲେମନ ଟିରେ ମଧ୍ୟ ବହୁତ ଶକ୍ତି ରହିଛି । ଯାହା ରକ୍ତବାହୀ ନଳୀଗୁଡିକୁ ସକ୍ରିୟ କରିବାରେ ସାହାଯ୍ୟ କରେ । ରକ୍ତଚାପ ବୃଦ୍ଧିପାଏ ନାହିଁ । ଆପଣଙ୍କୁ ଚାପରୁ ଦୂରରେ ରଖେ ।