33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶକୋମାରେ ଅଛନ୍ତି ଭାବି ମୃତ ଦେହକୁ ସାଇତି ରଖିଲେ ୧୮ ମାସ

କୋମାରେ ଅଛନ୍ତି ଭାବି ମୃତ ଦେହକୁ ସାଇତି ରଖିଲେ ୧୮ ମାସ

କାନପୁର: ସ୍ୱାମୀ ତାଙ୍କର କୋମାରେ ଅଛନ୍ତି । ନିଶ୍ଚୟ ବଞ୍ଚିବେ । ସେଥିପାଇଁ ପତ୍ନୀ ସ୍ୱାମୀଙ୍କ ମୃତ ଶରୀରକୁ ସାଇତି ରଖିଛନ୍ତି ଏବଂ ଗଙ୍ଗାଜଳ ଛିଞ୍ଚୁଛନ୍ତି। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୧୮ ମାସ କାଳ ଏମିତି ସାଇତି ରଖିଛନ୍ତି ସ୍ୱାମୀଙ୍କ ଶବକୁ । ଏମିତି ଆଶ୍ଚର୍ଯ୍ୟ କରିଦେବା ପରି ଖବର ଆସିଛି କାନପୁରରୁ । ଗୁଜରାଟର ଇନ୍‌କମ ଟାକ୍ସ ବିଭାଗରେ କାମ କରୁଥିବା କର୍ମଚାରୀ ଭିମଲେଶ ଶଙ୍କର ଦୀର୍ଘ ୧୮ ମାସ ହେଲା ନିଖୋଜ ଥିଲେ । ହେଲେ ନିକଟରେ କମ୍ବଳରେ ଗୁଡାଇ ରଖାଯାଇଥିବା ତାଙ୍କ ମୃତ ଦେହକୁ ନିଜ ଘରୁ ଉଦ୍ଧାର କରାଯାଇଛି । ୪୮ ବର୍ଷ ବୟସ୍କ ଭିମଲେଶଙ୍କର ଗତବର୍ଷ ଏପ୍ରିଲ୍‌ରେ କରୋନାର ଦ୍ୱିତୀୟ ଲହର ସମୟରେ ଦୃଦ୍‌ଘାତରେ ମୃତ୍ୟୁ ଘଟିଥିଲା । ସେହି ଦିନଠାରୁ ତାଙ୍କର ମୃତଦେହକୁ କମ୍ବଳ ଘୋଡ଼ାଇ ଖଟ ଉପରେ ରଖିଛନ୍ତି ପରିବାର ଲୋକେ । କାରଣ ପରିବାର ଲୋକେ ବିଶ୍ୱାସ କରିବାକୁ ରାଜି ନାହାନ୍ତି ଯେ ସେ ମୃତ ବୋଲି ।

ସେ କୋମାରେ ଅଛନ୍ତି ଏବଂ ଚିକିତ୍ସା ପରେ ପୁଣି ଉଠିବେ । ଏହା ଭାବି ସେମାନେ ତାଙ୍କର ସେବା କରି ଚାଲିଛନ୍ତି । ଭୀମଲେଶଙ୍କ ଶରୀରରୁ ମାଂସ ଖସି ଗଲାଣି । ମମିରେ ହାଡ ଥିବା ପରି କେବଳ ହାଡ ହିଁ ପଡି ରହିଛି । ଏକ ମେଡିକାଲ ଟିମ୍ ତାଙ୍କ ଘରକୁ ଯାଇ କାନପୁର ପୋଲିସ ସହାୟତାରେ ଉକ୍ତ ଶବକୁ ଉଦ୍ଧାର କରିଛି । କାନପୁର ପୋଲିସର କହିବା ଅନୁଯାୟୀ, ଭୀମଲେଶ କାନପୁରର ବାସିନ୍ଦା, ହେଲେ ପତ୍ନୀ ମିତାଲିଙ୍କ ସହ ରୁହନ୍ତି ରୱତପୁରରେ । ସେ ସେଠିକାର କୋ-ଅପରେଟିଭ ବ୍ୟାଙ୍କରେ କାମ କରନ୍ତି ।

ଡାକ୍ତର ରିପୋର୍ଟ ଅନୁଯାୟୀ ୨୦୨୧ ଏପ୍ରିଲ ୨୨ ତାରିଖରେ ଭୀମଲେଶଙ୍କର ମୃତ୍ୟୁ ଏକ ଘରୋଇ ଡାକ୍ତରଖାନାରେ ଘଟିଥିଲା । ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲେ ହେଁ ପରିବାର ଲୋକେ ଏହାକୁ ଗ୍ରହଣ କରି ନ ଥିଲେ । ଶବକୁ ଆଉ ଏକ ହସ୍‌ପିଟାଲକୁ ନେଇଥିଲେ । ସେଠାରେ ମଧ୍ୟ ଡାକ୍ତର ତାଙ୍କୁ ମୃତ ବୋଲି କହିଥିଲେ । ସେତେବେଳର କୋଭିଡ ନିୟମ ଉଲ୍ଲଘଂନ କରି ପରିବାର ଲୋକେ ମୃତ ଦେହକୁ ଘରକୁ ଆଣିଥିଲେ ଏବଂ କମ୍ବଳରେ ଗୁଡାଇ ରଖିଥିଲେ । ପ୍ରତିଦିନ ତାଙ୍କ ଶରୀରରେ ଏକ ଆୟୁର୍ବେଦିକ ବାମ୍ ମାଲିସ କରୁଥିଲେ ଏବଂ ଗଙ୍ଗାଜଳ ଛିଞ୍ଚୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking